ସୋସିଆଲ ମିଡ଼ିଆର ପ୍ରଭାବରେ ଚେତିଲା ବନ ବିଭାଗ
ବରପାଲି – ୨୩/୯(ସୁଦାମ ଦୀପ ) ବରଗଡ ଜିଲ୍ଲାର ସଂକଳ୍ପ ପରିବାରର ଫାଉଣ୍ଡର ଶ୍ରୀମାନ ବିକାଶ ଅଗ୍ରୱାଲଙ୍କ ଘର ପାଖରେ ଗତ କାଲି ରାତିରୁ ଏକ ଧଳା ପେଚା ଦୁର୍ଘଟଣାରେ ଆହତ ହୋଇ ପଡି ରହିଥିଲା। ତାହାର ଆହତ ସ୍ଥାନରେ ପ୍ରାଥମିକ ଭାବେ ହଳଦୀ ଲଗାଇ ପ୍ରାଥମିକ ଚିକିତ୍ସା କରିଥିଲେ ।
ପରେ ବନ ବିଭାଗକୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସାହାଯ୍ଯ ମିଳିପାରି ନ ଥିଲା, ଆହତ ପକ୍ଷୀଟି ଦୀର୍ଘ ସମୟ ଧରି ଏଭଳି ପଡ଼ିରହିବା ଚିନ୍ତାଜନକ। ଏହି ଖବର ସୋସିଆଲ ମିଡିଆରେ ପ୍ରକାଶ ପାଇଲାପରେ ଆଜି ବରଗଡ ବନ ବିଭାଗର ସ୍କ୍ୱାର୍ଡ ଟିମ ଆସି ଆହତ ପେଚା ଟିକୁ ଉଦ୍ଧାର କରି ସାଙ୍ଗରେ ନେଇ ଯାଇଛନ୍ତି।ପେଚାଟିକୁ ବରାହଗୋଡା ବନବିଭାଗ କାର୍ଯ୍ୟାଳୟରେ ରଖି କରି ସୁସ୍ଥ ହେବାପରେ ତାକୁ ଜଙ୍ଗଳରେ ଛଡାଯିବ ବୋଲି ବିଭାଗିୟ କର୍ତ୍ତୃପକ୍ଷ କହିଛନ୍ତି। ଧନ୍ୟବାଦ ସଂକଳ୍ପ ପରିବାରର ବିକାଶ ଭାଇ ଏହିପରି ମାନବିକତାର ପ୍ରୟାସ ଜାରି ରହୁ।
