ବ୍ରିଜ ଉପରୁ ତଳକୁ ଖସି ପଡ଼ିଲା କାର
ବେଲଗୁଣ୍ଠା : ସୁକାନ୍ତ କୁମାର ନାୟକ ଙ୍କ ରିପୋର୍ଟ (ଉପାନ୍ତ ଖବର ) ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ଡ଼ିମିରିପଲ୍ଲୀ ବ୍ରିଜ୍ ଉପରୁ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଲା କାର ଚାଳକ ମୃତ । ସୁଚ଼ନା ଅନୁଯାଇ କାର ଟି ଭଞ୍ଜନଗର ପଟୁ ବେଲଗୁଣ୍ଠା ଯିବା ସମୟରେ ଭାରସାମ୍ୟ ହରାଇ ପ୍ରାୟ ଚାଳିଶି ଫୁଟ ତଳକୁ ଖସି ପଡ଼ିଲା ଯାହା ଫଳରେ ଚାଳକ ଜଣକ ଗୁରୁତର ହୋଇପଡ଼ି ଥିଲେ । ଅଗ୍ନି ସମ ବିଭାଗ ପକ୍ଷରୁ ଚାଳକ ଙ୍କୁ ଭଞ୍ଜନଗର ମେଡ଼ିକାଲ ରେ ଭର୍ତ୍ତି କରାଯାଇ ଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଚାଳକ ଜଣକ ହେଉଛନ୍ତି ଭଞ୍ଜନଗର ବାସିନ୍ଦା ସୁନିଲ୍ କୁମାର୍ ମାହାନ୍ତି । ସେହି ଗୋଟିଏ ଯାଗାରେ ବାରମ୍ବାର ଦୁର୍ଘଟଣା ଜନିତ ଜିବନ ହାନି ହେଉଥିବାରୁ ଘଟଣା ସ୍ଥଳରେ ଉତେଜନା ଦେଖାଦେଇଥିଲା ।
