September 15, 2026

ବକଟି ଗ୍ରାମରେ ଏକାଠି ନୂଆଖାଇ ପର୍ବ ପାଳନ କଲେ ମହାରଣା ପରିବାର

IMG-20260915-WA0037
Share

 

ବରଗଡ,(ସୁରେନ୍ଦ୍ର କଠାର)

ଅଦ୍ୟ ତା.୧୫-୦୯-୨୦୨୬ରିଖ ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥି ମଙ୍ଗଳବାର ଦିନ ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ବକଟୀ ଗ୍ରାମର ମହାରଣା ପରିବାରର ଭାଇ,ଭାଇବୋହୂ,ପୁଅ, ଝିଅ, ପୂତ୍ରବଧୁ ଓ ନାତୁଣୀ କୁ ନେଇ ନୂଆଖାଇ ପର୍ବ ମହାଆଡ଼ମ୍ବରେ ପାଳିତ ହୋଇଯାଇଅଛି। ଏହି ଅବସରରେ ଘରର ମୁଖିଆ ଶ୍ରୀଯୁକ୍ତ ସୁରେନ୍ଦ୍ର ମହାରଣା ଘରର ଇଷ୍ଟଦେବୀଙ୍କ ଠାରେ ପୂଜାର୍ଚ୍ଚନା କରି ଦେବୀଙ୍କ ଠାରେ ନୂଆଭୋଗ ଅର୍ପଣ କରିଥିଲେ। ପରେ ପରିବାରର ସମସ୍ତେ ଇଷ୍ଟ ଦେବୀଙ୍କୁ ମୁଣ୍ଡିଆ ମାରିବା ପରେ ନବାନ୍ନ ଭକ୍ଷଣ କରିଥିଲେ।ନବାନ୍ନ ଭକ୍ଷଣ ପରେ ସାନ ମାନେ ବଡ଼ ମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଗ୍ରହଣ କରିଥିଲେ। ବଡ଼ମାନେ ସାନମାନଙ୍କୁ ସ୍ନେହାଶୀର୍ବାଦ ଦେଇଥିଲେ।ଗାଁରେ ଥିବା ଶିବ ମନ୍ଦିର, ମାହେଶ୍ବରୀ ମନ୍ଦିର,ସମଲେଶ୍ବରୀ ମନ୍ଦିର, ମାଉଲି ମନ୍ଦିର, ଗୋପାଳଜୀ ମନ୍ଦିର, ବିଶ୍ବକର୍ମା ମନ୍ଦିର ଓ ହନୁମାନ ମନ୍ଦିର ଦର୍ଶନ କରି ଦେବା ଦେବୀଙ୍କ ଆଶୀର୍ବାଦ ଭିକ୍ଷା କରି ବୟୋଜ୍ୟେଷ୍ଠ ମାନଙ୍କୁ ନୂଆଖାଇ ଜୁହାର କରିଥିଲେ।