September 15, 2026

ବେଦଧ୍ୱନିରେ ପ୍ରାକମ୍ପିତ ହେଲା ସାରଦା ଵେଦବିଦ୍ୟାପୀଠ ର ଗଣେଶ ପୂଜା =

IMG-20260915-WA0038
Share

ତିର୍ତ୍ତୋଲ ତା 15/9/2026 ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ ରେ ଗଢିଉଠିଥିବା, ଝଙ୍କଡ଼ ସାରଦା ଵେଦବିଦ୍ୟାପୀଠ ରେ ଗଣେଶପୂଜା ରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଥିଲା l ପ୍ରଧାନଆଚାର୍ଯ୍ୟ ପଣ୍ଡିତ ସୁଦର୍ଶନ ପଣ୍ଡାଙ୍କ ତତ୍ତ୍ୱାବଧାନ ରେ ଅଗ୍ରପୂଜ୍ୟ ଗଜାନନ ଙ୍କୁ ବୈଦିକଵିଧିବିଧାନ ରେ ପୂଜାର୍ଚ୍ଚନା କରାଯାଇଥିବାବେଳେ, ବିଦ୍ୟାର୍ଥୀ, ଆଶୀର୍ବାଦ ପଣ୍ଡା, ଜଗନ୍ନାଥ ଦାଶ, ପ୍ରତୀକ ପଣ୍ଡା, ଚନ୍ଦ୍ରକାନ୍ତ ପତି, ସତ୍ୟବ୍ରତ ପତି, ଅଭିଷେକ ପଣ୍ଡା, ଅତିଥି ମହାପାତ୍ର, ପ୍ରତ୍ୟୁଷ ପଣ୍ଡା, ଦେବାଂଶ ପଣ୍ଡା, ଓମ ପ୍ରସାଦ ଆଚାର୍ଯ୍ୟ, ପ୍ରଭୁପାଦ ସାମନ୍ତରାୟ, ସତ୍ୟପ୍ରକାଶ ପଣ୍ଡା, ରୁଦ୍ରପ୍ରାସାଦ ପଣ୍ଡା ଓ ଆନନ୍ଦ କୁମାର ଦୀକ୍ଷିତ ପ୍ରମୁଖ ସମବେତ ଵେଦଧ୍ଵନି ର ସୁରଝଙ୍କାର ରେ ପୂଜାମଣ୍ଡପ କୁ ପ୍ରକମ୍ପିତ କରିଥିଲେ l ସୂଚନାଯୋଗ୍ୟ ଏହିସମସ୍ତ ବିଦ୍ୟାର୍ଥୀ ମାନେ ପ୍ରତିଦିନ ପତ୍ୟୁଷ ରେ ମା ସାରଳା ଙ୍କ ନାଟ୍ୟମଣ୍ଡପ ଉପରେ ଵେଦମନ୍ତ୍ର ପାଠକରି ମନ୍ଦିରବେଢାରେ ଏକ ଆଧ୍ୟାତ୍ମିକ ଭକ୍ତିଭାବମୟ ପରିବେଶ ସୃଷ୍ଟିକରିଆସୁଛନ୍ତି ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର