November 14, 2026

ବିଜେପୁରରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ

IMG-20261114-WA0078
Share

ବିଜେପୁର : (ସୁଦାମ ଦୀପ)ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ପରିସରରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜ ବିଶ୍ୱାଳ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ବିଜେପୁର ନିର୍ବାଚନମଣ୍ଡଳୀର ବିଧାୟକ ସନତ କୁମାର ଗଡ଼ତୀୟା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାଷୀଙ୍କୁ ଉଦ୍‌ବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ସାଂସଦ ପ୍ରତିନିଧି ଆନନ୍ଦ ବାରିକ, ବ୍ଲକ ଅଧ୍ୟକ୍ଷ ଜୟକୃଷ୍ଣ ଡନସନା, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସୀତା ବାରିକ, ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ ଗଡ଼ତିଆ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଜ୍ଞାନ ରଞ୍ଜନ ସାମଲ, ପଦ୍ମପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଆଚାର୍ଯ୍ୟ ଚନ୍ଦ୍ର ପାଟ୍ଟଯୋଷୀ, ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ଡା. ଗିରିଧାରୀ ଭୋଇ ଓ ଡା. ଗୋପାଳ ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ମେଳାରେ ଗୋପାଳକଙ୍କ ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ଜାତୀୟ ମତ୍ସ୍ୟ ଡିଜିଟାଲ ପ୍ଲାଟଫର୍ମରେ ପଞ୍ଜୀକରଣ ପ୍ରକ୍ରିୟା ଏବଂ ଘର ଅଗଣାରେ କୁକୁଡ଼ା ପାଳନ ପାଇଁ ମିଳୁଥିବା ସରକାରୀ ସହାୟତା ସମ୍ପର୍କରେ ଚାଷୀଙ୍କୁ ବିସ୍ତୃତ ଭାବେ ବୁଝାଯାଇଥିଲା। ସମଲେଶ୍ୱରୀ ଆଞ୍ଚଳିକ ସମବାୟ ଦୁଗ୍ଧ ଉତ୍ପାଦନ ସଂଘ, ସମ୍ବଲପୁର ପକ୍ଷରୁ ଦୁଗ୍ଧ ଉତ୍ପାଦନ, ଗୋପାଳନ, ଉନ୍ନତ ଘାସଚାଷ, ଗୋଖାଦ୍ୟ ପ୍ରସ୍ତୁତି ଓ ବିଭିନ୍ନ ସରକାରୀ ଯୋଜନା ବିଷୟରେ ସୂଚନା ଦିଆଯାଇଥିଲା। ସେହିପରି ଗାଈ, ବାଛୁରୀ, ଛେଳି, ମେଣ୍ଢା ଓ କୁକୁଡ଼ାଙ୍କ ଉପଯୁକ୍ତ ଟିକାକରଣ, ରୋଗ ପ୍ରତିରୋଧ ଏବଂ ନିୟମିତ ପ୍ରାଣୀ ଚିକିତ୍ସାର ଗୁରୁତ୍ୱ ସମ୍ପର୍କରେ ଚାଷୀଙ୍କୁ ଦିଗ୍‌ଦର୍ଶନ ଦିଆଯାଇଥିଲା। କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର, ବିଜେପୁର ପକ୍ଷରୁ ମଧ୍ୟ ବିଭିନ୍ନ କୃଷିଭିତ୍ତିକ ଯୋଜନା ଓ ପ୍ରାଣୀସମ୍ପଦ ପାଳନ ସମ୍ପର୍କରେ ପରାମର୍ଶ ପ୍ରଦାନ କରାଯାଇଥିଲା। ଡା. ମିଲି ପାଣ୍ଡେଙ୍କ ସଂଯୋଜନାରେ ଏବଂ ଡା. ସଂଯୁକ୍ତା ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡା. ଦୀପାଳୀ ନାଏକଙ୍କ ସମେତ ନାରାୟଣ ପ୍ରଧାନ, ଦିଲ୍ଲୀପ କୁମାର ଦେବତା, ଅଶୋକ ବରିହା, ତାରାଚାନ୍ଦ ମହାନନ୍ଦ, ଅଞ୍ଜଳି ପ୍ରଧାନ, ରୋହିତ କୁମାର ସାହୁ ଓ ତୃପ୍ତି ମେହେର ପ୍ରମୁଖ ସହଯୋଗ କରିଥିଲେ।