November 14, 2026

ସତଲମା ଶିଶୁବିଦ୍ୟାମନ୍ଦିରରେ ଜେଜେମା-ଜେଜେବାପା ସମ୍ମିଳନୀ

IMG-20261114-WA0077
Share

ବରପାଲି : (ସୁଦାମ ଦୀପ)ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତଲମା ଶିଶୁବିଦ୍ୟାମନ୍ଦିର ପରିସରରେ ଜେଜେମା-ଜେଜେବାପା ସମ୍ମିଳନୀ ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। ଶିଶୁମନ୍ଦିର ପରିଚାଳନା ସମିତିର ସଭାପତି ମୋହନଚାନ୍ଦ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ଶତାଧିକ ଜେଜେମା ଓ ଜେଜେବାପା ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ ସମ୍ବଲପୁରୀ ଭାଷାବିତ୍ ତଥା କବି କିଶୋର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପରିଚାଳନା ସମିତିର ପୂର୍ବତନ ସଭାପତି ବନବାସ ପ୍ରଧାନ ସମ୍ମାନିତ ଅତିଥି, ପୂର୍ବତନ ସମ୍ପାଦକ ଦିନେଶ ସାହୁ ସମ୍ମାନିତ ବକ୍ତା ଏବଂ ଉପସଭାପତି ହିମାଂଶୁ ସାହୁ ଅତିଥି ଭାବେ ଯୋଗଦେଇଥିଲେ।ଏହି ଅବସରରେ ବକ୍ତାମାନେ ଶିଶୁମାନଙ୍କ ଜୀବନରେ ଜେଜେମା ଓ ଜେଜେବାପାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ଶିଶୁମାନଙ୍କ ସୃଜନଶୀଳତାର ବିକାଶ, ନୈତିକ ଶିକ୍ଷା, ସଂସ୍କାର ଓ ପାରିବାରିକ ମୂଲ୍ୟବୋଧର ବିକାଶରେ ଜେଜେମା ଓ ଜେଜେବାପାଙ୍କ ଅବଦାନ ଅତୁଳନୀୟ ବୋଲି ମତପ୍ରକାଶ ପାଇଥିଲା।ପ୍ରଧାନ ଆଚାର୍ଯ୍ୟ ବିବେକାନନ୍ଦ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ଦୁଷ୍ମନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନିଲ ଗୁରୁଜୀଙ୍କ ସଂଯୋଜନାରେ ଶିଶୁଭାଇ ଓ ଭଉଣୀମାନେ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଉପସ୍ଥିତ ଅତିଥି ଓ ଅଭିଭାବକଙ୍କ ମନ ମୋହିଥିଲେ।ସମ୍ମିଳନୀରେ ଶତାଧିକ ଜେଜେମା ଓ ଜେଜେବାପାଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିଥିଲା।