November 14, 2026

ଉମରକୋଟ ସହିଦ ଲକ୍ଷ୍ମଣ ନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୫ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ………

IMG-20261114-WA0074
Share

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ସହିଦ ଲକ୍ଷ୍ମଣ ନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୫ ତମ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳନ ହେଇ ଯାଇଛି। ଉତ୍ସବରେ ଅତିଥି ଭାବେ ବିଦ୍ୟାଳୟର ସଭାପତି ତଥା ଜେପି ଟ୍ରଷ୍ଟ ର ସଭାପତି ଜୟଦେବ କୁମାର ପରିଡ଼ା ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁରେନ୍ଦ୍ର ନାଥ ଦାସ, କୋଟପାଡ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ଶେଷାନନ୍ଦ ମିଶ୍ର, ଅଧକ୍ଷ। ଓମପ୍ରଭା ସାହୁ ସ୍କୁଲର ସମ୍ପାଦିକା ଶ୍ରୀମତୀ ରାଜ ଲକ୍ଷ୍ମୀ ପରିଡ଼ା, ନିର୍ଦ୍ଦେଶକ ରଶ୍ମି ରଞ୍ଜନ ପରିଡ଼ା ଓ ଶ୍ରୀମତୀ ସୁଜାତା ମହାନ୍ତି, ପ୍ରଶାସନିକ ଅଧିକାରୀ ଭି .ଏସ ଏନ ମୂର୍ତ୍ତି, ଉପ।ଦକ୍ଷ ରାମପ୍ରସାଦ ତୁର୍କୁ, ସ୍କୁଲ ପରିଚାଳନା କମିଟି ସଭ୍ୟ ଦୟାଲ ମିତ୍ର ରାଇଘର ଏସଏଲନ ପବ୍ଲିକ ସ୍କୁଲର ଅଧକ୍ଷ। ଜୟତି ବିନ୍ଦୁ ବର୍ମା ଓ ବରିଷ୍ଟ ଆଇନଜୀବୀ ଝ।ଡେଶ୍ୱର ମହାନ୍ତି ପ୍ରମୁଖ ମଞ୍ଚାସିନ ଥିଲେ। ସମ୍ପାଦକୀୟ ବିବରଣୀ ସ୍କୁଲ ର ଅଧକ୍ଷ। ଓମପ୍ରଭ। ସାହୁ ପଠନ କରିଥିଲେ। ନିଜ ଭାଷଣରେ ସଭାପତି ଜୟଦେବ କୁମାର ପରିଡ଼ା ବିଗତ ୩୫ ବର୍ଷର ସଫଳତା ଉପରେ ଆଲୋକପାତ କରିବା ସହ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନଙ୍କ ଯୋଗୁ ଆଜି ସ୍କୁଲ ଟି ଏକ ବଟ ବୃକ୍ଷ ରେ ପରିଣତି ହେଇଛି ବୋଲି କହିଥିଲେ, ଡକ୍ଟର ଶେଷାନନ୍ଦ ମିଶ୍ର ନିଜ ଭାଷଣରେ ଛାତ୍ର ଛାତ୍ରୀ ମାନଙ୍କୁ ପିତା ମାତା ଅଧିକ ଚାପ ନ ପକାଇବା ପାଇଁ ଅନୁରୋଧ କରିବା ସହ ଛାତ୍ର ଛାତ୍ରୀ ମାନେ ନିଜେ ନିଜ ଭବିଷ୍ୟତ ଗଠନ ପାଇଁ ଅଭିଭାବକ ମାନେ ସୁଯୋଗ ପ୍ରଦାନ କରନ୍ତୁ ବୋଲି କହିଥିଲେ, ସେହିପରି ଡକ୍ଟର ସୁରେନ୍ଦ୍ର ନାଥ ଦାସ ଜଣେ ଛାତ୍ର ଛାତ୍ରୀ ଉତ୍ତମ ଚରିତ୍ର ଗଠନ ପାଇଁ ଆହ୍ୱାନ କରିବା ସହ ବର୍ତ୍ତମାନ ର ନୂତନ ଯୁବକ ଯୁବତୀ ମାନେ ଚାକିରି ପାଇବା ମାତ୍ରେ ଟଙ୍କା ମୋହ ରେ ପଡି ଚାକିରି ହରାଉ ଥିବା ନେଇ କ୍ଷଭ ପ୍ରକାଶ କରିଥିଲେ। ଶିକ୍ଷକ କାହ୍ନୁ ଚରଣ ବେହେରା ମଂଚ ପରିଚାଳନା କରିଥିଲେ।ଏହି ଅବସରରେ ସ୍କୁଲ ର ମେଧାବୀ ଛାତ୍ରଛାତ୍ରୀ ଓ କ୍ରୀଡା ରେ ସଫଳତା ହାସଲ କରିଥିଲା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ସଭାପତି ଜୟ ଦେବ କୁମାର ପରିଡ଼ା ଏକ ଅତ୍ୟାଧୁନିକ ଜ୍ଞାନକୌଶଳ ଥିବା ଶ୍ରେଣୀ ଗୃହ କୁ ଛାତ୍ର ଛାତ୍ରୀ ଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଥିଲେ। ଏହି ଅବସରରେ ସ୍କୁଲର କିଛି ଆଲୁମିନି ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।