October 1, 2026

ମୂଷାପାଳି ଅଙ୍ଗନବାଡି କେନ୍ଦ୍ରରେ ‘ଆଙ୍ଗନ କା ଉତ୍ସବ’ କାର୍ଯ୍ୟକ୍ରମ

IMG-20260930-WA0001
Share

 

 

(ଧର୍ମଗଡ ଉପଖଣ୍ଡ ରୁ ପ୍ରଦିପ ଭରାସଗରିଆ ଙ୍କ ରିପୋର୍ଟ “ଉପାନ୍ତ ଖବର”)

 

‘ସେବା ସଙ୍କଳ୍ପ ଅଭିଯାନ’ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ‘ଆଙ୍ଗନ କା ଉତ୍ସବ’ କାର୍ଯ୍ୟକ୍ରମ ମୂଷାପାଳି ଅଙ୍ଗନବାଡି କେନ୍ଦ୍ରରେ ଉତ୍ସାହ ଓ ଆନନ୍ଦର ସହ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ମୋଟେର ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଧବଳେଶ୍ୱର ଗୋପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କ ଯତ୍ନ, ପୋଷଣ, ପ୍ରାରମ୍ଭିକ ଶିକ୍ଷା ଓ ଅଙ୍ଗନବାଡି କେନ୍ଦ୍ରର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଶିଶୁଙ୍କ ସୁସ୍ଥ ବିକାଶ ପାଇଁ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକର ଗୁରୁତ୍ୱ ରହିଥିବା ସେ କହିଥିଲେ।

ଏହି ଅବସରରେ ଅଙ୍ଗନବାଡି କର୍ମୀ ରଶ୍ମିତା ନାଏକ ତପସ୍ୱିନୀ ଦୁର୍ଗା, ଆଶାକର୍ମୀ କୁମୁଦିନୀ ଗୋପାଳ ପାଚିକାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

କାର୍ଯ୍ୟକ୍ରମରେ ଶିଶୁ, ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ଶିଶୁ ଓ ମା’ମାନଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସେବା ଓ ସୁବିଧା ସମ୍ପର୍କରେ ମଧ୍ୟ ସଚେତନ କରାଯାଇଥିଲା।