October 1, 2026
ajiro khabar
Share

 

 

୧-ରାଜ୍ୟରେ ଶିଳ୍ପ ଓ ପର୍ଯ୍ୟଟନର ମହାବିକାଶ: ୩୨୮୦ କୋଟିର ୧୯ ପ୍ରକଳ୍ପକୁ ମିଳିଲା ସବୁଜ ସଙ୍କେତ, ସୃଷ୍ଟି ହେବ ୧୦ ହଜାରରୁ ଅଧିକ ଚାକିରି।

 

୨-ଆଜି ସାରା ରାଜ୍ୟରେ ହେବ OSSTET ପରୀକ୍ଷା, ସକାଳ ୯ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା।

 

୩-ପୁରୀ:ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ସଂଧ୍ୟା ୬ରୁ ରାତି ୧୦ ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ।

 

୪-ଉପକୂଳର ତଳିଆ ଅଞ୍ଚଳକୁ କନ୍ଦାଇଲାଣି ମହାନଦୀ, ଜଳବନ୍ଦୀ ଜୀବନ ଭିତରେ କଲବଲ ବିପନ୍ନ।

 

୫-ରାଜ୍ୟସଭା କ୍ରସ୍ ଭୋଟିଂ ମାମଲା: ଶୁଣାଣିରୁ ଓହରିଲେ ବିଚାରପତି ଆର.କେ. ପଟ୍ଟନାୟକ।

 

୬-ରାଜ୍ୟରେ ଅତିଥି ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ବନ୍ଦ: ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ କଡ଼ା ରହିତାଦେଶ।

 

୭-ଓଡ଼ିଶାରେ ଆସନ୍ତା ୩ ଦିନ ବର୍ଷା ଓ ଘଡ଼ଘଡ଼ି ସମ୍ଭାବନା; ଉତ୍ତର ଓ ଉପକୂଳ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି।

 

୮-ଆଜି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୧୨ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା।

 

୯-ଭିଜିଲାନ୍ସ ଜାଲରେ ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ବିଭାଗର ସହକାରୀ ନିର୍ଦ୍ଦେଶକ, ୭ଟି ସ୍ଥାନରେ ଚାଲିଛି ରେଡ୍।

 

୧୦-ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ ଡାକରା, ରାଜରାସ୍ତାକୁ ଓହ୍ଲାଇବ ‘ଇଣ୍ଡିଆ’ ବ୍ଲକ୍।

 

୧୧-ସ୍କୁଲ୍‌ ବହିରେ ତ୍ରୁଟିକୁ ନେଇ PMOର ହସ୍ତକ୍ଷେପ; କେତେ ଖର୍ଚ୍ଚ, କିଏ ଦାୟୀ, ଓଡ଼ିଶା ସରକାରଙ୍କୁ ମାଗିଲା ବିସ୍ତୃତ ରିପୋର୍ଟ।

 

୧୨-ଶରତର ଧଳା ସୌନ୍ଦର୍ଯ୍ୟ; ପାର୍ବଣର ଆଗମନକୁ ସୂଚାଇ ଦେଲାଣି କାଶତଣ୍ଡି ଫୁଲ।

 

୧୩-ପୁରୀ:ଖଜା ଦୋକାନରେ ରେଡ୍, ୫ଟି ଭାଟି ସିଲ୍ କଲା ପୁରୀ ପୋଲିସ।

 

୧୪-ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର ସିଜିନ୍ ୫ର ବିଜେତା ହେଲେ ରିତେଶ ପାଲ୍, ଟ୍ରଫି ସହିତ ମିଳିଲା ୧୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର।

 

୧୫-ନିର୍ବାଚନ କମିଶନ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ, CWC ବୈଠକରେ ବଡ଼ ନିଷ୍ପତ୍ତି।

 

୧୬-ମହାରାଷ୍ଟ୍ର, ଛତ୍ରପତୀ ସମ୍ଭାଜୀ ନଗର :୪ଥର ବିକ୍ରି ହେଲା ମାସକର ଛୁଆ! ବାପା ମା’ ସମେତ ୭ ଗିରଫ।

 

୧୭-ନୂଆଦିଲ୍ଲୀ:ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ସପ୍ତାହରେ ୫ ଦିନ କାମ ନେଇ ବଡ଼ ପଦକ୍ଷେପ, ଗଠନ ହେଲା ସ୍ୱତନ୍ତ୍ର କମିଟି।

 

୧୮-ଭାରତ-ମିଆଁମାର ସୀମାରେ ଉତ୍ତେଜନା: ଆତଙ୍କବାଦୀଙ୍କ ଗୁଳିରେ ଜଣେ ଯବାନ ସହିଦ, ୪ ଗୁରୁତର।

 

୧୯-ବ୍ୟାଙ୍କକରେ ବର୍ଷା ତାଣ୍ଡବ ; ୭ ଲକ୍ଷ ପ୍ରଭାବିତ,ରାସ୍ତାରେ ପାଣି, ବୁଲିଲେ ବିଷାକ୍ତ ସାପ।

 

୨୦-ଗୋଟିଏ ମେସେଜ୍ ପାଇଁ WhatsApp ନେବ ୧୪ ପଇସା, ଅକ୍ଟୋବର ୧ରୁ ହେବ ଲାଗୁ; କମ୍ପାନି, ବ୍ୟାଙ୍କ, ଅନଲାଇନ୍ ସପିଂ ଆପ୍ ଏବଂ ବଡ଼ ଷ୍ଟାର୍ଟଅପ୍ ଗୁଡ଼ିକଠାରୁ ଚାର୍ଜ ନେବ ମେଟା।