October 1, 2026

ଜଗନ୍ନାଥପୁର ଗ୍ରାମରେ ପ୍ରଭୁ ଗଜାନନଙ୍କ ବିସର୍ଜନ ଯାତ୍ର।)

IMG-20260930-WA0003
Share

      ପ୍ରଭୁ ଗଜାନନଙ୍କ ବିସର୍ଜନ ପାଇଁ ଚଳ ଚଞ୍ଚଳ ଜଗନ୍ନାଥପୁର ଗ୍ରାମ।ଘଣ୍ଟ,ଘଣ୍ଟା,ଝାଞ୍ଜ,ମୃଦଙ୍ଗ,କୀର୍ତ୍ତନ,ଶଙ୍ଖ,ହୂଳହୁଳି, ହରିବୋଲ ଶଦ୍ଧରେ ପ୍ରକମ୍ପିତ ହୋଇପଡିଛି ଗାଁ ଦାଣ୍ଡ ଓ ପ୍ରଭୁ ଗଜାନନଙ୍କ ଭକ୍ତି ପୀଠ। ଏପରି ଭକ୍ତିମେୟ ପରିବେଶ ଦେଖିବାକୁ ମିଳିଛି କୁଜଙ୍ଗ ବ୍ଲକ ଅନ୍ତର୍ଗତ କୁଜଙ୍ଗ ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ।ତେବେ ପ୍ରଭୂ ଗଜାନନଙ୍କ ପୂଜାକୁ ସ୍ୱର୍ଗତ ପ୍ରଶାନ୍ତ ନାରାୟଣ ଦାସ ସ୍ଥାପନ କରିଥିଲେ।ମାତ୍ର ଭାଇର ଅଧୁରା ସ୍ବପ୍ନକୁ ସାକାର କରିବା ପାଇଁ ଅଣ୍ଟା ଭିଡିଛନ୍ତି ତାଙ୍କ ଭାଇ ବିକ୍ରମ ନାରାୟଣ ଦାସଙ୍କ ସହିତ ଜଗନ୍ନାଥପୁର ବାସୀ। ତେବେ ଦୀର୍ଘ ୩୫ବର୍ଷ ଧରି ପ୍ରଭୁ ଗଜାନନଙ୍କ ପୂଜା ଚାଲୁଥିବା ବେଳେ ଚଳିତ ବର୍ଷ ୩ଦିନ ଧରି ଏହି ବାବା ଗଜାନନଙ୍କ ପୂଜାର୍ଚ୍ଚନା ହୋଇଥବା ବେଳେ ରାମଚଣ୍ଡୀ ମନ୍ଦିର ନିକଟରୁ ବାହାରି କୁଜଙ୍ଗ ବଜାର ପରିକ୍ରମା କରି ଆଜି ଗଜାନନଙ୍କୁ ବିସର୍ଜନ କରାଯାଇଛି। ଏହି ଭଷାଣୀ ଉତ୍ସବରେ ଗଣେଷ ପୂଜା କମିଟିର ସଭ୍ୟ-ସଭ୍ୟା ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ। ଗଜାନନଙ୍କ ଏଭଳି ନିଆରା ଭସାଣିକୁ ଅଂଚଳ ବାସୀ ପ୍ରଶଂସା କରିଛନ୍ତି। ( ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )