ରଇନଗୁଡା ଅଙ୍ଗନବାଡି ରେ ‘ଆଙ୍ଗନ କା ଉତ୍ସବ’ କାର୍ଯ୍ୟକ୍ରମ ଅନୁଷ୍ଠିତ
(ଧର୍ମଗଡ ଉପଖଣ୍ଡ ରୁ ପ୍ରଦିପ ଭରାସଗରିଆ ଙ୍କ ରିପୋର୍ଟ”ଉପାନ୍ତଖବର”)
ସେବା ସଙ୍କଳ୍ପ ଅଭିଯାନ’ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ‘ଆଙ୍ଗନ କା ଉତ୍ସବ’ କାର୍ଯ୍ୟକ୍ରମ କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଅଂଚଳ ଜୟନ୍ତପୁର ପଂଚାୟତ ଅନ୍ତର୍ଗତ ରଇନଗୁଡା ଅଙ୍ଗନବାଡି କେନ୍ଦ୍ରଠାରେ ଅଙ୍ଗନବାଡି ବାଡ଼ି କର୍ମୀ ଭବାନୀ ନାଏକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ଶିଶୁ ପ୍ରକଳ୍ପ ଅଧିକାରୀ ଧରିତ୍ରୀ ପାଣିଗ୍ରାହୀ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଜୟରାମ ଦୁରିଆ ସମ୍ମାନିତ ଜୟନ୍ତପୁର ସରପଞ୍ଚ ଜୟନ୍ତି ବାଗ, ମିଶନ ଶକ୍ତି ବିପିସି ସୁପ୍ରିୟା ପ୍ରଧାନ, ସତ୍ୟରାମ ନାଏକ , ଶିକ୍ଷକ ,ସଜମନ ନାଏକ,ଖଗେଶ୍ୱର ସେଠି, ଆଶା ପରମା ଦୁରିଆ , ଯୋଗ ଦେଇ ଥିବା ବେଳେ ଏହି ଅବସରରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ସୁନ୍ଦର ଭାବେ ସଜାଯାଇ ଶିଶୁ, ଗର୍ଭବତୀ ମହିଳା, ପ୍ରସୂତି ମା’, ବାଲ୍ୟ ବିବାହ ଓ ଅନ୍ୟାନ୍ୟ ହିତାଧିକାରୀଙ୍କୁ ନେଇ ବିଭିନ୍ନ ସଚେତନତାମୂଳକ ଓ ପୁଷ୍ଟି ସମ୍ବନ୍ଧୀୟ ଅଙ୍ଗନବାଡ଼ି କେନ୍ଦ୍ରର ବିଭିନ୍ନ ସେବା, ଶିଶୁଙ୍କ ପୁଷ୍ଟି, ସ୍ୱାସ୍ଥ୍ୟ, ବୃଦ୍ଧି ଓ ବିକାଶ ସମ୍ପର୍କରେ ସଚେତନ ସହ ପୋଷଣ, ପୂର୍ବ-ପ୍ରାଥମିକ ଶିକ୍ଷା, ନିୟମିତ ଓଜନ ଓ ଉଚ୍ଚତା ମାପ, ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସରକାରୀ ଯୋଜନାଗୁଡ଼ିକର ସୁଫଳ ସମ୍ପର୍କରେ ଅତିଥି ମାନେ ନିଜ ନିଜ ଅଭି ଭାଷଣରେ ହିତାଧିକାରୀଙ୍କୁ ଅବଗତ କରିଥିଲେ । ଆଙ୍ଗନ କା ଉତ୍ସବ’ର ଏକ ଅଭିନବ ଆକର୍ଷଣ ଭାବେ ପୁଷ୍ଟିକର ରେସିପି ପ୍ରସ୍ତୁତି ପ୍ରତିଯୋଗିତାର ଆୟୋଜନ କରାଯାଉଛି। ଏଥିରେ ପୁରୁଷମାନଙ୍କୁ ସକ୍ରିୟ ଭାବେ ସାମିଲ କରାଯାଇ ସେମାନଙ୍କ ଦ୍ୱାରା ବିଭିନ୍ନ ସ୍ଥାନୀୟ ଓ ପୁଷ୍ଟିକର ରେସିପି ପ୍ରସ୍ତୁତ କରି ପ୍ରଦର୍ଶନ କରାଯାଉଛି। ଏହା ମାଧ୍ୟମରେ ପରିବାରର ପୁଷ୍ଟି ଓ ଶିଶୁଙ୍କ ସୁସ୍ଥ ବିକାଶରେ ପୁରୁଷମାନଙ୍କ ଭୂମିକା ଏବଂ ସହଭାଗିତାକୁ ପ୍ରୋତ୍ସାହିତ କରାଯାଉଛି। ପ୍ରତିଯୋଗିତାରେ ସଫଳ ପ୍ରତିଯୋଗୀମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ର ସ୍ତରରେ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅଙ୍ଗନବାଡ଼ି କର୍ମୀ, ଅଙ୍ଗନବାଡ଼ି ସହାୟିକା ଓ ଅଙ୍ଗନବାଡ଼ି ପରିଚାଳନା କମିଟିର ସଦସ୍ୟମାନେ ଉତ୍ସବକୁ ସଫଳ କରିବାରେ ସହଯୋଗ କରିଥିଲେ l
