October 1, 2026

ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଗୁଣି ସନ୍ଦେହରେ ଯୁବକଙ୍କୁ ହତ୍ୟା ଘଟଣାରେ ୧୨ ଗିରଫ

IMG-20260930-WA0068
Share

 

 

ପାରଳାଖେମୁଣ୍ଡି:୩୦/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲାର ଆଦିବାସୀ ଅଧ୍ୟୁଷିତ ମୋହନା ବ୍ଲକର ମୋହନା ଥାନା ଅନ୍ତର୍ଗତ ମେରାପଲ୍ଲୀ ଗ୍ରାମ ପଞ୍ଚାୟତର ମେରାମା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।ଗୁଣି ଗାରେଡ଼ି ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି। ଏ‌ହି ଘଟଣାରେ ମୋହନା ପୋଲିସ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେମୋହନା ଥାନା ଅନ୍ତର୍ଗତ ମେରାମା ଗ୍ରାମ ଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ଜଙ୍ଗଲରେ ରହୁଥିବା ରାମଚନ୍ଦ୍ର ମଳିକଙ୍କୁ ଗତ ରବିବାର ରାତି ପ୍ରାୟ ୨ଟା ସମୟରେ କିଛି ଯୁବକ ଏକ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଟଙ୍କା ମିଳିବ ବୋଲି କହି ଘରୁ ଡାକି ନେଇଥିଲେ। ପରେ ଗାଁରେ ଏକ କଙ୍ଗାରୁ କୋର୍ଟରେ ରାମଚନ୍ଦ୍ର ବିରୋଧରେ ଗୁଣିଗାରେଡି କରି ଅନ୍ୟ ମାନଙ୍କୁ ମାରୁଥିବା ଅଭିଯୋଗ ଆଣି ପୂର୍ବାହ୍ନ ପ୍ରାୟ ୫ଟା ସମୟରେ ଲୁଙ୍ଗିରେ ବେକ ଚିପି ଶ୍ୱାସରୁଦ୍ଧ କରାଯିବା ସହ ପିଟିପିଟି ହତ୍ୟା କରାଯାଇଥିଲା।ପରେ ତାଙ୍କ ମୃତଦେହକୁ ଗାଁ ନିକଟସ୍ଥ ଜଙ୍ଗଲକୁ ନେଇ ପୋଡ଼ି ଦିଆଯାଇଥିବା ମୃତକଙ୍କ ପତ୍ନୀ କଳାବତୀ ମଳିକ ଅଭିଯୋଗ କରିଛନ୍ତି।ରାମଚନ୍ଦ୍ରଙ୍କୁ ମାଡ଼ ମରାଯାଉଥିବା ସମୟରେ ତାଙ୍କ ପତ୍ନୀ କଳାବତୀ ତାଙ୍କୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ଆହତ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି। ଏନେଇ କଳାବତୀ ମୋହନା ଥାନାରେ ଲିଖିତ ଅଭିଯୋଗ କରିବା ପରେ ମୋହନା ଥାନାରେ କେସ ନମ୍ବର ୧୯୫/୨୬ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି l ଏହି ମାମଲାରେ ମେରାମା ଗାଁର କାମଦେବ ମଳିକ (୪୬), ଦୀପୁ ବେହେରା (୨୧), କାର୍ତ୍ତିକ ମଳିକ (୩୪), ପ୍ରଭା ମଳିକ (୪୧), ଅନନ୍ତ ବେହେରା (୨୪), କଟ ମଳିକ (୫୧), ଚୈତନ୍ୟ ମଳିକ, ଅଶୋକ ମଳିକ, ରବିନ୍ଦ୍ର ବେହେରା, ରାଜୁ ବେହେରା, ରାଘବ ମଳିକ ଓ କାଳିଆ ବେହେରାଙ୍କୁ ପୁଲିସ ଗିରଫ କରିଥିବା ବେଳେ ପାରଳାଖେମୁଣ୍ଡିରୁ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିବା ସହ ଘଟଣାସ୍ଥଳରୁ ହାଡ଼ ଓ ପାଉଁଶ ଜବତ କରିଛି l ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ l ଏହି ବ୍ଲକ ଅନ୍ତର୍ଗତ ମୋହନା ଥାନା ଓ ଅଡବା ଥାନା ଅଞ୍ଚଳରେ ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା ଲଗାତାର ଭାବେ ବଢ଼ି ଚାଲିଛି l ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ପୋଲିସ ଏଥି ପ୍ରତି ଦୃଷ୍ଟି ଦେଇ ସେ ଅଂଚଳରେ ବାସ ବାସ କରିଥିବା ଜନସାଧାରଣ ମଧ୍ୟରେ ସଚେତନତା ସୃଷ୍ଟି କରିବା ପଦକ୍ଷେପ ନେବା ଜରୁରୀ ଆବଶ୍ୟକ ବଲି ମତ ପ୍ରକାଶ ପାଉଛି l