September 30, 2026

ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ସୁରଭି ମହୋତ୍ସବ

IMG-20260929-WA0079
Share

 

 

ତିର୍ତ୍ତୋଲ , ତିର୍ତ୍ତୋଲ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧୀନ କନିମୁଳ ପଞ୍ଚାୟତ କନିମୁଳ ବାୟା ଅବଧୂତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବାଲ୍ଲା ବିହାରୀ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ସୁରଭି ମହୋତ୍ସବ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରଣବ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ଏହି ସୁରଭି କାର୍ଯ୍ୟକ୍ରମରେ କ୍ଲଷ୍ଟରର ୧୩ ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିଲେ l ଏହି ଅବସରରେ ପୁରସ୍କାର ବିତରଣ ଉତ୍ସବ ସଭା ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ପ୍ରଧାନଶିକ୍ଷୟିତ୍ରୀ ଅନୁରାଧା ମହାପାତ୍ର ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଓଷମାଣୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଅର୍ଜୁନ ଚରଣ ସିଂହ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅନିରୁଦ୍ଧ ପତି, ଶିକ୍ଷକ ରଶ୍ମିରଂଜନ ଦାସ, ଶିକ୍ଷକ ନୃସିଂହ ଚରଣ ନାୟକ, ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କୃତୀ ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧନା କରିଥିଲେ l ଅନୁଷ୍ଠିତ ବିଭିନ୍ନ ପ୍ରୀତଯୋଗୀତାରେ ବିଚାରକ ଭାବେ ଶିକ୍ଷକ ପ୍ରଭାତ କର ଓ ନିଶାନୀ ଐସୁର୍ଯ୍ୟା ସାହୁ ଉପସ୍ଥିତ ରହି କୃତି ପ୍ରତିଯୋଗୀ ମାନଙ୍କୁ ଚୟନ କରିଥିଲେ l ଏହି ସମସ୍ତ କାର୍ଯ୍ୟକ୍ରମ କୁ ଶିକ୍ଷକ ନୃସିଂହ ଚରଣ ନାୟକ ପରିଚାଳନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସ୍ୱାଇଁ, ପ୍ରବୋଧିନି ଦାଶ, ମମତା ମହାପାତ୍ର, ବିକାଶ ଚନ୍ଦ୍ର ଜେନା, ବିଜୟ କୁମାର ପଣ୍ଡା, ଶଙ୍କର ପେରିସିକା, ପ୍ରିୟମ୍ବଦା ସେଠୀ, ତପସ୍ୱିନୀ ରାଉତ, ଲକ୍ଷ୍ମୀପ୍ରିୟା ପୃଷ୍ଟି, ଅଭିଷେକ ବେହେରା, ପ୍ରମୋଦ ବେହେରା, ମହମ୍ମଦ ରେହାନ, ଏସକେ ନସୀମ ଅହମ୍ମଦ, ରାଜେନ୍ଦ୍ର ବେହେରା, ରେଖାଞ୍ଜଳି ବେହେରା, କିରାଣୀ ବେହେରା ଅମୃତ ପ୍ରିତମ, କର୍ମଚାରୀ ଉମାକାନ୍ତ ମହାପାତ୍ର, ଜୟଦେବ ସାହୁ ପରିଚାଳନା କରିଥିଲେ l ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀମାନେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମକୁ ଉତୀର୍ଣ୍ଣ ହୋଇଛନ୍ତି ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର