September 30, 2026

ମୋଟେରରେ ବୁଲା ଷଣ୍ଢର ଚିକିତ୍ସା ଓ ଅସ୍ତ୍ରୋପଚାର କଲେ ଯୁବଗୋଷ୍ଠୀ

IMG-20260929-WA0072
Share

 

 

କୋକସରା।”ଉପାନ୍ତଖବର”(ପ୍ରଦିପ ଭରାସଗରିଆ ଙ୍କ ରିପୋର୍ଟ୍), ମୋଟେର ଅଞ୍ଚଳରେ ଏକ ବୁଲା ଷଣ୍ଢର ଚିକିତ୍ସା ଓ ଅସ୍ତ୍ରୋପଚାର କରାଇ ମାନବିକତାର ପରିଚୟ ଦେଇଛନ୍ତି ମୋଟେରର ଯୁବଗୋଷ୍ଠୀ। ଷଣ୍ଢଟି ଅସୁସ୍ଥ ହୋଇ ଯନ୍ତ୍ରଣାରେ ଥିବା ଦେଖି ଯୁବକମାନେ ଏହାର ଚିକିତ୍ସା ପାଇଁ ଆଗକୁ ଆସିଥିଲେ।

ଯୁବଗୋଷ୍ଠୀଙ୍କ ଉଦ୍ୟମରେ ପଶୁ ଚିକିତ୍ସକଙ୍କ ସହାୟତାରେ ଷଣ୍ଢଟିର ଚିକିତ୍ସା ଓ ଅସ୍ତ୍ରୋପଚାର କରାଯାଇଥିଲା। ଏହି ମହତ୍ କାର୍ଯ୍ୟ ଦ୍ୱାରା ଯୁବକମାନେ ପଶୁପକ୍ଷୀଙ୍କ ପ୍ରତି ନିଜର ଭଲପାଇବା ଓ ସେବା ମନୋଭାବ ପ୍ରକାଶ କରିଛନ୍ତି।

ମୋଟେର ଯୁବଗୋଷ୍ଠୀଙ୍କ ଏହି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଉଛି। ଅସହାୟ ପଶୁଙ୍କ ସେବା ଓ ସୁରକ୍ଷା ପାଇଁ ଯୁବପିଢ଼ିଙ୍କ ଏଭଳି ଉଦ୍ୟମ ଅନ୍ୟମାନଙ୍କ ପାଇଁ ମଧ୍ୟ ପ୍ରେରଣାଦାୟକ। (ଧର୍ମଗଡ ଉପଖଣ୍ଡ ରୁ ପ୍ରଦିପ ଭରାସଗରିଆ ଙ୍କ “ଉପାନ୍ତ ଖବର”)