July 30, 2026
ajiro khabar
Share

 

 

୧-ବନ୍ୟାକୁ ନେଇ ସରକାର ହାଇ ଆଲର୍ଟ; ପ୍ରଭାବିତ ଜିଲ୍ଲାରେ କର୍ମଚାରୀଙ୍କ ଛୁଟି ବାତିଲ, ଆଜି ସନ୍ଧ୍ୟାରେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା।

 

୨-ଭୁବନେଶ୍ୱର:ଏବେ ବି ହଟୁନି ମାଗଣା ଶିକ୍ଷା ଦ୍ଵନ୍ଦ, ପୁନଃ ନାମଲେଖା ପାଇଁ ଦେବାକୁ ପଡୁଛି ଫି। ଅଭିଭାବକ ମହଲରେ ବଢୁଛି ଅସନ୍ତୋଷ।

 

୩-ଭୁବନେଶ୍ୱର: ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ର ଛାତ୍ରୀମାନେ ପଢ଼ିବେ ଷ୍ଟକ୍ ମାର୍କେଟ ପାଠ।

 

୪-ରାଜ୍ୟରେ ବନ୍ୟା ବିଭୀଷିକା ନେଇ SRCର ବଡ଼ ରିପୋର୍ଟ; ୬ ଜିଲ୍ଲାର ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, ୪ ଜଣଙ୍କ ମୃତ୍ୟୁ।

 

୫-ବନ୍ୟା ପାଇଁ ଆଲର୍ଟରେ ସ୍ୱାସ୍ଥ୍ୟ ବିଭାଗ, ସାପ କାମୁଡା ପାଇଁ ଆଣ୍ଟି ସ୍ନେକ ଭେନମ ମହଜୁଦ ରଖିବାକୁ ନିର୍ଦ୍ଦେଶ।

 

୬-ରାଜସ୍ୱ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ୨୪ ଘଣ୍ଟା ସତର୍କ ରହିବାକୁ ନିର୍ଦ୍ଦେଶ, ଅସୁବିଧାରେ ଥିଲେ ୧୧୨ ନଂକୁ କରନ୍ତୁ ଯୋଗାଯୋଗ।

 

୭-ବନ୍ୟା ବିପଦରେ ଦେବଦୂତ ସାଜିଲା ଅଗ୍ନିଶମ ବାହିନୀ;୨୪ ଘଣ୍ଟାରେ ୨୧୨ ଜଣଙ୍କୁ ଉଦ୍ଧାର, ୧୨୦ ଗୃହପାଳିତ ପଶୁଙ୍କୁ କଲେ ଉଦ୍ଧାର।

 

୮-ଢେଙ୍କାନାଳ:ଠୁଳ କରିଥିଲେ ୨୭ ଲକ୍ଷରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି, ଅବସର ପରେ ବି ପୂର୍ବତନ ଯନ୍ତ୍ରୀ ଶିବନାରାୟଣ ପାଳ ହେଲେ ଦଣ୍ଡିତ।

 

୯-ଅଗଷ୍ଟ ୧ରେ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ, କୁମ୍ଭୀର ପ୍ରଜନନ ପାଇଁ ୩ ମାସ ବନ୍ଦ ଥିଲା।

 

୧୦-ସ୍ନାତକ ଆଡ଼ମିଶନ ପାଇଁ ପ୍ରକାଶ ପାଇଲା ତୃତୀୟ ମେଧା ତାଲିକା, ଇଂରାଜୀ ବିଷୟ ସହ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଗରେ।

 

୧୧-ନିଳଗିରି:ପ୍ରବଳ ବର୍ଷାରେ ବୁଡିଲା ପଞ୍ଚଲିଙ୍ଗେଶ୍ୱର ପୀଠ, ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରେ ରଖି ଉପରକୁ ଯିବାକୁ ବାରଣ।

 

୧୨-ମହାପ୍ରଭୁ ଜଗନ୍ନାଥ’ ଆନିମେଟେଡ୍ ଫିଲ୍ମ ଉପରେ ଲାଗିବନି ରୋକ, ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ।

 

୧୩-ଲଗାଣ ବର୍ଷାରେ ଆସାମରେ ହାହା କାର, ଅସ୍ତବ୍ୟସ୍ତ ଜନଜୀବନ।

 

୧୪-ପ୍ରେମ ପାଇଁ ହାଇଭୋଲଟେଜ୍ ଡ୍ରାମା! ଘଟଗାଁ ତାରିଣୀ ମନ୍ଦିର ଚୂଳରେ ବସି ପ୍ରେମିକର ଜିଦ୍।

 

୧୫-ନ ଖେଳି ବି ସୂର୍ଯ୍ୟଙ୍କ ଜଲଓ୍ଵା ଜାରି, ICC ରାଙ୍କିଂରେ ଶ୍ରେୟସଙ୍କଠୁ ଏବେ ବି ଆଗରେ।

 

୧୬-ମୁମ୍ବାଇ:୨ଲକ୍ଷ କୋଟି ଟଙ୍କାକୁ ପହଞ୍ଚିଲା IPL ବ୍ରାଣ୍ଡ ଭାଲ୍ୟୁ, ୨୦୦୮ ମସିହାରେ ଆରମ୍ଭ ହୋଇଥିଲା।

 

୧୭-ରାଜ୍ୟସଭାରେ ‘ବନ୍ଦେ ମାତରମ୍’ ସୁରକ୍ଷା ସଂଶୋଧନ ବିଲ୍ ପାରିତ;ଅପମାନ କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍।

 

୧୮-UAEରେ ଭାରତୀୟଙ୍କ ଲାଗି ବଡ଼ ସୁବିଧା, UPIରେ ବୁକ୍ କରିହେବ ବୁର୍ଜ ଖଲିଫା ‘ଆଟି ଦି ଟପ୍’ ଟିକେଟ୍।

 

୧୯-ରୁଷ୍ ରୁ ତେଲ କିଣିଲେ ୧୦୦% ତାରିଫ୍,ରୁଷ୍ କଟକଣା ବିଲ୍ ଆଣିଲା ଆମେରିକା।

 

୨୦-ତେହେରାନ:ଟ୍ରମ୍ପ୍‌ଙ୍କ ଧମକ ପରେ ଇରାକ ଉପରେ ଇରାନର ଆକ୍ରମଣ, ଯୁଦ୍ଧରେ ସାଉଦିର ଏଣ୍ଟ୍ରି।