November 3, 2026

ପଞ୍ଚାୟତ ଓ ପୌର ନିର୍ବାଚନ: ମାଲକାନଗିରିରେ ଘରକୁ ଘର ସର୍ଭେ କାର୍ଯ୍ୟର ସମୀକ୍ଷା କଲେ ରାଜ୍ୟ ଅବ୍‌ଜରଭର୍ ସଂଗ୍ରାମ ଶେଖର ପଣ୍ଡା

IMG-20261103-WA0101
Share

 

 

*ମାଲକାନଗିରି,

 

ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ଏବଂ ପୌର ନିର୍ବାଚନ-୨୦୨୭ ନିମନ୍ତେ ଜିଲ୍ଲାବ୍ୟାପୀ ଚାଲିଥିବା ଘରକୁ ଘର ସର୍ଭେ କାର୍ଯ୍ୟର ଅନୁଧ୍ୟାନ ଓ ସମୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ଅତିରିକ୍ତ ଶାସନ ସଚିବ ତଥା ସ୍ୱତନ୍ତ୍ର ନିର୍ବାଚନ ଅବ୍‌ଜରଭର୍ ସଂଗ୍ରାମ ଶେଖର ପଣ୍ଡା ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି।

 

ଗସ୍ତର ପ୍ରଥମ ପର୍ଯ୍ୟାୟରେ ସେ ଖଇରପୁଟ ଏବଂ ମାଥିଲି ବ୍ଲକ୍‌ର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି କ୍ଷେତ୍ର ସ୍ତରରେ ଚାଲିଥିବା ସର୍ଭେ କାର୍ଯ୍ୟର ସିଧାସଳଖ ଅନୁଧ୍ୟାନ କରିଥିଲେ। ଏହି ଅବସରରେ ସେ ସ୍ଥାନୀୟ ନିର୍ବାଚନ କର୍ମଚାରୀ, ବିଏଲଓ ଏବଂ ସୁପରଭାଇଜରମାନଙ୍କ ସହ କାର୍ଯ୍ୟର ପ୍ରଗତି ନେଇ ଆଲୋଚନା କରିବା ସହ ନିର୍ଦ୍ଧାରିତ ସମୟସୀମା (୨୬ ଅକ୍ଟୋବରରୁ ୭ ନଭେମ୍ବର) ମଧ୍ୟରେ ସମସ୍ତ କାର୍ଯ୍ୟକୁ ସ୍ୱଚ୍ଛ, ନିରପେକ୍ଷ ଓ ତ୍ରୁଟିଶୂନ୍ୟ ଭାବେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

 

ଏହି ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମରେ ମାଲକାନଗିରି ଉପ-ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ, ଜିଲ୍ଲା ପଞ୍ଚାୟତ ଅଧିକାରୀ ବିମଲ କୁମାର ଲେଙ୍କା, ଖଇରପୁଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ବିଏଲ୍‌ଓ , ସୁପରଭାଇଜର୍‌ ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ସର୍ଭେ ସମ୍ପର୍କିତ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ।

 

ଆଗାମୀ ଦିନରେ ଅବ୍‌ଜରଭର୍ ଚିତ୍ରକୋଣ୍ଡା, କୋରକୁଣ୍ଡା, କାଲିମେଳା ଓ ପଡ଼ିଆ ଆଦି ବ୍ଲକ୍‌ ଗସ୍ତ କରି ସର୍ଭେ କାର୍ଯ୍ୟର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ମାଲକାନଗିରି ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି।

You may have missed