କନିମୂଳ ଦାରୁବ୍ରହ୍ମ ପୀଠ ର ଚତୁର୍ଥ ବାର୍ଷିକ ବ୍ରହ୍ମଯଜ୍ଞ ର ଉଦଯାପନ !!
ତିର୍ତ୍ତୋଲ ::-ତା:-୩୦/୬/୨୬ ଧ୍ୟାନକୁଦ ପିଠାଧୀଶ ପ୍ରେମସାଗର ବାବା ଅରକ୍ଷିତ ଦାସମହାରାଜ ଙ୍କ ଦ୍ୱାରା ନିର୍ଣ୍ଣିତ ଦାରୁବ୍ରହ୍ମ ପୀଠରେ ଗତ ୨୮ ଜୁନ ରୁ ଆରମ୍ଭ ହୋଇଥିବା ବ୍ରହ୍ମଯଜ୍ଞ ତିନିଦିନ କାର୍ଯ୍ୟକ୍ରମ ପରେ ୨୯/୬/୨୬ ସୋମବାର ରାତ୍ରୀ ୧୦ ଘଟିକା ସମୟରେ ଉଦଯାପନ ହୋଇଯାଇଛି ! ପ୍ରେମସାଗର ବାବା ଅରକ୍ଷିତ ଦାସମହାରାଜ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ଗ୍ରାମରେ ଅଧିଷ୍ଠିତ ଦାରୁବ୍ରହ୍ମ ପୀଠରେ ଆୟୋଜିତ ହୋଇଥିବା ତ୍ରିଦିବସୀୟ ବ୍ରହ୍ମଯଜ୍ଞର ପୂର୍ଣ୍ଣାହୁତୀ ଏବଂ ଦିବ୍ୟ ପ୍ରବଚନ ଅତି ଆନନ୍ଦ ଉଲ୍ଲାସ ରେ ଉଦଯାପିତ ହୋଇ ଯାଇଛି! ବୈଦିକ ରୀତି ନୀତି ଅନୁସାରେ ଘଟସ୍ଥାପନ, ଗୋପୂଜା, ସୂର୍ଯ୍ୟପୂଜା, ଦଶଦିଗପାଳ ପୂଜା, ଶାଲାପୂଜା ଆଦି ପରେ ଯଜ୍ଞ ନାରାୟଣ ଙ୍କ ପୂଜା ଓ ଆହୁତି ପ୍ରଦାନ କରାଯାଇ ବିଶ୍ଵଶାନ୍ତି ର ଆହ୍ୱାନ ଦିଆଯାଇଥିଲା ! ପ୍ରେମସାଗର ବାବା ଅରକ୍ଷିତ ଦାସମହାରାଜ ପୂର୍ଣ୍ଣାହୁତୀ ପ୍ରଦାନ କରିଵା ସହିତ ପ୍ରତି ସନ୍ଦ୍ୟାରେ ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନ କରିଥିଲେ !ଯଜ୍ଞର ମୁଖ୍ୟ ପୁରୋଧା ପଣ୍ଡିତ ସୁବାସ ଚନ୍ଦ୍ର ଦାଶ ଥିବା ବେଳେ, ଯଜ୍ଞ କର୍ତ୍ତା ଓ କର୍ତ୍ତ୍ରୀ ଭାବେ ଥିଲେ ସୂର୍ଯ୍ୟ ନାରାୟଣ ରାଉତ, ପ୍ରଜିତା ରାଉତ !ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ଅନେକ ଶ୍ରଦ୍ଧାଳୁ ଏହି ପବିତ୍ର କାର୍ଯ୍ୟକ୍ରମ ରେ ଯୋଗଦେଇ ଦାରୁବ୍ରହ୍ମ ଙ୍କ ଆଶିଷ ଲାଭ କରିଥିବାର ଦେଖିବାକୁ ମିଳିଥିଲା !ପ୍ରତ୍ୟେହ ସନ୍ଧ୍ୟାରେ ଭଜନ ସମାରୋହ ଏବଂ ପ୍ରବଚନ କୁ ଅଞ୍ଚଳବାସୀ ଭରପୁର ଉପଭୋଗ କରି ଥିଲେ ! ଏହି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ଆୟୋଜକ କମିଟିର ସଭାପତି ରମାକାନ୍ତ ରାଉତ, ସମ୍ପାଦକ ନିତ୍ୟାନନ୍ଦ ସାମଲ, କୋଷାଧ୍ୟକ୍ଷ୍ ନୃସିଂହ ଚରଣ ରାଉତ, ସକ୍ରିୟ ସଦସ୍ୟ ପ୍ରମୋଦ କୁମାର ରାଉତ, ଖୁଲଣା ସ୍ୱାଇଁ,ସୁବ୍ରଜିତ ରାଉତରାୟ,ସୌମ୍ୟ ରଞ୍ଜନ ବେହେରା, ବିଷ୍ଣୁ ଚରଣ ରାଉତ,ଅରୁଣ କୁମାର ସାମଲ ଏବଂ ସୁଶୀଲ କୁମାର ସାହୁ ପ୍ରମୁଖ କନିମୂଳ ଗ୍ରାମର ଯୁବକ ଗୋଷ୍ଠୀ !ପ୍ରେମସାଗର ବାବା ଅରକ୍ଷିତ ଦାସମହାରାଜ ଉକ୍ତ କମିଟିର ମୁଖ୍ୟ ଉପଦେଷ୍ଠା ଥିବାବେଳେ, ବ୍ରାହ୍ମଚାରୀ ବିପିନ ବାବା ମୁଖ୍ୟ ସଂଯୋଜକ ଭାବେ ଗୁରୁ ଦାୟିତ୍ୱ ବହନ କରି ଯଜ୍ଞ କାର୍ଯ୍ୟର ଆୟୋଜନ କରିଥିଲେ ! କନିମୂଳ ଗ୍ରାମର ସମସ୍ତ ଜନସାଧାରଣ ଙ୍କ ସହଯୋଗ ରେ ଆୟୋଜିତ ଏହି ଚରୁର୍ଥ ବାର୍ଷିକ ବ୍ରହ୍ମଯଜ୍ଞ,ଅଞ୍ଚଳ ପାଇଁ ଆଶୀର୍ବାଦର କାରଣ ହୋଇପାରିଛି ବୋଲି ସଭାପତି ରମାକାନ୍ତ ରାଉତ ସୂଚନା ଦେଇଛନ୍ତି !!,ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
