July 1, 2026

ଦ୍ବିଦିବସୀୟ ପୁରୁଷ କବାଡି ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଗୁରାଣ୍ଡି  ଦଳ ଚମ୍ପିଆନ୍ 

IMG-20260701-WA0065
Share

 

ବୁଗୁଡା : ତା ୦୧/୦୭/୨୬ : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମ ପରିସରରେ ଶ୍ରୀକର ଭଞ୍ଜ ଷ୍ପୋର୍ଟସ୍ ଏଣ୍ଡ କଲଚୁରାଲ ଆସୋସିଏସନ ପକ୍ଷରୁ ଆୟୋଜିତ ଦ୍ବିଦିବସୀୟ ଦିବାରାତ୍ର ପୁରୁଷ କବାଡି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଉକ୍ତ ଜିଲ୍ଲା ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ୨୦ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ବ୍ରହ୍ମପୁର, ଗୁରାଣ୍ଡି , ବୁଗୁଡ଼ା ଓ ଖୋର୍ଦ୍ଧା ଦଳ ସୁପର ଫାଇନାଲକୁ ପ୍ରବେଶ କରିଥିଲେ । ଏହି ଚାରୋଟି ଦଳ ମଧ୍ୟରେ ଅନୁଷ୍ଠିତ ଲିଗ୍ ମ୍ଯାଚଗୁଡିକରେ ସର୍ବାଧିକ ୬ ପଏଣ୍ଟ ହାସଲ କରି ଗୁରାଣ୍ଡି ଦଳ ଚମ୍ପିଆନ୍ ହୋଇଥିଲା ବେଳେ ବୁଗୁଡ଼ା ଦଳ ୪ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲା। ଏହି ଟୁର୍ଣ୍ଣାମେଣ୍ଟର ମ୍ଯାଚଗୁଡିକୁ ପରିଚାଳନା ପାଇଁ ଆମ୍ପାୟର ଭାବେ ଏମ୍.ଶ୍ରୀନିବାସ ଦୋରା , ରେଫେରି ଭାବେ ହରିହର ବିଶ୍ବାଳ, ରବିନ୍ଦ୍ର ସ୍ବାଇଁ, ଅଲେଖ କୁମାର ସେଠୀ, ସ୍ବରାଜ ସାହୁ, ଆକାଶ ପ୍ରଧାନ ପ୍ରମୁଖ ନିୟୋଜିତ ରହିଥିଲା ବେଳେ ସ୍କୋରର୍ ଭାବେ ଦୀପକ କୁମାର ସାହୁ, ଉତ୍ତମ ପାତ୍ର, ଅକ୍ଷୟ ନାଇକ ଓ ବିଭୁ ପ୍ରସାଦ ବେହେରା ଦାୟିତ୍ବ ନିର୍ବାହ କରିଥିଲେ। ଏହି ଦିବାରାତ୍ର ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବ ଆୟୋଜକ ସଂସ୍ଥାର ସଭାପତି ଡ.ସୁବାସ ଚନ୍ଦ୍ର ପରିଡ଼ାଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ହୋଇଥିଲା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ପିପୁଲ୍ସ କଲେଜ ଅଧ୍ଯକ୍ଷ ଡ.ପୁରୁଷୋତ୍ତମ ମିଶ୍ର, ମୁଖ୍ୟ ବକ୍ତା ଭାବେ ଉପାଧ୍ୟକ୍ଷ ହରିକୃଷ୍ଣ ନାୟକ, ସମ୍ମାନିତ ଅତିଥି ଭାବେ ବିରଞ୍ଚି ନାରାୟଣ ପବ୍ଲିକ୍ ସ୍କୁଲ ଏମଡି ଚନ୍ଦନ ଚର୍ଚ୍ଚିତ ପାତ୍ର, ଅହଲ୍ୟାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚେୟାରମ୍ୟାନ ବୃନ୍ଦାବନ ମହାନ୍ତି ପ୍ରମୁଖ ଯୋଗ ଦେଇ ଖେଳାଳିଙ୍କୁ ମାର୍ଗ ଦର୍ଶନ ପୂର୍ବକ ଉତ୍ସାହିତ କରିଥିଲେ। ଏ ଅବସରରେ ଅତିଥିଙ୍କ ଦ୍ଵାରା ଅର୍ଥରାଶି ସହ ଗୁରାଣ୍ଡି ଦଳକୁ ଓ୍ବିନର ଟ୍ରଫି ଏବଂ ବୁଗୁଡା ଦଳକୁ ରନର୍ସ ଟ୍ରଫି ପ୍ରଦାନ କରାଯାଇଥିଲା। ଏଥି ସହ ଏହି ଟୁର୍ଣ୍ଣାମେଣ୍ଟର ବେଷ୍ଟ ରାଡାର ଗୁରାଣ୍ଡି ଦଳର ରୋଶନ କୁମାର ବରାଡ , ବେଷ୍ଟ କ୍ଯାଚର ବ୍ରହ୍ମପୁର ଦଳର ସୁଶାନ୍ତ କୁମାର ସେଠୀ ଏବଂ ବେଷ୍ଟ ଅଲରାଉଣ୍ଡର ବୁଗୁଡା ଦଳର ଜଗଦିଶ ବେହେରାଙ୍କୁ ପୁରସ୍କୃତ କରାଯାଇଥିଲା। ପିପୁଲ୍ସ କଲେଜର ସୁନାମଧନ୍ୟ କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ରଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ ଅଣ୍ଡର ନାଇନଟିନ୍ ମେନ୍ସ ଟୁର୍ଣ୍ଣାମେଣ୍ଟକୁ ଶ୍ରୀକର ଭଞ୍ଜ ଷ୍ପୋର୍ଟସ୍ ଏଣ୍ଡ କଲଚୁରାଲ ଆସୋସିଏସନର ଉପସଭାପତି ବସନ୍ତ କୁମାର ଦଳେଇ, ସମ୍ପାଦକ ଅନିଲ ପଟ୍ଟନାୟକ, ସହସମ୍ପାଦକ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିବା ବେଳେ ଏଥିରେ ଜଗନ୍ନାଥ ମହାନ୍ତି, ସୁଧାଂଶୁ ମହାରଣା, ଚିନ୍ମୟ ସ୍ବାଇଁ, ସନ୍ତୋଷ ଖଣ୍ଡେଇ, ଶୁଭଙ୍କର ଗୌଡ ପ୍ରମୁଖ ସ୍ବେଚ୍ଛାସେବୀମାନେ ସକ୍ରିୟ ସହଯୋଗ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ବହୁ ଦର୍ଶକଙ୍କ ସମାବେଶରେ ଶାନ୍ତିଶୃଙ୍ଖଳାର ସମ୍ପନ୍ନ ହୋଇଥିଲା ବେଳେ ପରିଶେଷରେ ଆସୋସିଏସନ ସଦସ୍ୟ ଅକ୍ଷୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

You may have missed