September 30, 2026

ଗଜପତି:- ବଡ଼ କଳାକୋଟ ଗ୍ରାମରେ ଆଇନ ସଚେତନତା ଶିବିର କାର୍ଯ୍ୟକ୍ରମ

IMG-20260929-WA0062
Share

 

ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ଅନ୍ତର୍ଗତ ବଡ଼ କଳାକୋଟ ଗ୍ରାମ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଗଜପତି ଜିଲ୍ଲା ଓ ଦୌରା ଜଜ୍-ତଥା-ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଶ୍ରୀ ବିମଳ ରାଉଳ’ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟତଃ ପ୍ରବାସୀ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ଓ ଆଇନଗତ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ସହ “ଡାନିଏଲ ଲତିଫି ବନାମ ଭାରତ ସରକାର” ମାମଲାର ରାୟ ଓ ଏହାର ଆଇନଗତ ଦିଗ ସମ୍ପର୍କରେ ମଧ୍ୟ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।

ଏହି ଅବସରରେ ନିମ୍ନଲିଖିତ ବ୍ୟକ୍ତି-ବିଶେଷମାନେ ଉପସ୍ଥିତ ରହି ବିଭିନ୍ନ ବିଷୟ ଉପରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ସଚେତନ କରିଥିଲେ। ସେମାନଙ୍କ ମଧ୍ୟରେ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ

ଶ୍ରୀ ବିମଳ ରାଉଳ, ଜିଲ୍ଲା ଅଦାଲତର ଶ୍ରୀ ରାଜେଶ କୁମାର ମିଶ୍ର, ପବ୍ଲିକ ପ୍ରୋସିକ୍ୟୁଟର, ଶ୍ରୀ ଦୁଲାରାମ ମାରାଣ୍ଡି, ବିଡିଓ, ଗୁମ୍ମା, ଶ୍ରୀ ଜିତେନ୍ଦ୍ର ପଟ୍ଟନାୟକ, ପୂର୍ବତନ ସଭାପତି, ପାରଳାଖେମୁଣ୍ଡି ବାର୍ ଆସୋସିଏସନ୍

ଶ୍ରୀ କାଲୁ ରାଉତ,ସହକାରୀ ଶ୍ରମ ଅଧିକାରୀ, ଗୁମ୍ମା, ଶ୍ରୀ ସତ୍ୟଜିତ ବେହେରା, ବି:ଏସ:ଏସ:ଓ – ଗୁମ୍ମା, ଶ୍ରୀ ପ୍ରଶାନ୍ତ ପାଲକ, ସବ୍-ଇନ୍ସପେକ୍ଟର, ଗୁମ୍ମା ଆଉଟପୋଷ୍ଟ, ଶ୍ରୀ ମୋସେକା ଗମାଙ୍ଗୋ, ସରପଞ୍ଚ, ବଡ଼କଳାକୋଟ

ଶ୍ରୀମତୀ ଶଶୀରେଖା ବିଷୋୟୀ- ପି:ଏଲ:ଭି, ଶ୍ରୀ ଦୟା ପାଲକ, ସମାଜସେବୀ, ପ୍ରମୁଖ ବକ୍ତାମାନେ ପ୍ରବାସୀ ଶ୍ରମିକ ମାନଙ୍କ ଆଇନଗତ ଅଧିକାର, ସେମାନଙ୍କ ସମସ୍ୟାର ଆଇନଗତ ସମାଧାନ, ମାଗଣା ଆଇନ ସେବାର ସୁଯୋଗ ଏବଂ ଡାନିଏଲ ଲତିଫି ମାମଲାର ଗୁରୁତ୍ୱ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ବିସ୍ତୃତ ଭାବେ ବୁଝାଇ ସଚେତନ କରିଥିଲେ।

—————————————–

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

—————————————