ପୁରୀ ଜିଲ୍ଲା ର କାକଟପୁର ବ୍ଲକ ଅନ୍ତର୍ଗତ ଅବଦାନ ପଞ୍ଚାୟତ ର ସିଂହରପାଳ ଅଞ୍ଚଳ କୁ ସୁନାମୀ ପୂର୍ବ ପ୍ରସ୍ତୁତ ଗ୍ରାମ ଭାବେ କେନ୍ଦ୍ରୀୟ ଟିମ ଅନୁଧ୍ୟାନ କରି ଥିଲେ I
ପୁରୀ ଜିଲ୍ଲା ର କାକଟପୁର ବ୍ଲକ ଅନ୍ତର୍ଗତ ଅବଦାନ ପଞ୍ଚାୟତ ର ସିଂହରପାଳ ଅଞ୍ଚଳ କୁ ସୁନାମୀ ପୂର୍ବ ପ୍ରସ୍ତୁତ ଗ୍ରାମ ଭାବେ କେନ୍ଦ୍ରୀୟ ଟିମ ଅନୁଧ୍ୟାନ କରି ଥିଲେ I କାକଟପୁର ର ମଣ୍ଡଳ ଉନ୍ନୟନ ଅଧିକାରୀ, ଶ୍ରୀ ଯୁକ୍ତ ନାରାୟଣ ଦୀକ୍ଷିତ ଙ୍କ ସ୍ୱତନ୍ତ୍ର ତତ୍ୱାବଧାନ ରେ ଏହି ଜଣ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା I ଏଥିରେ ଚେନାଇ ସ୍ଥିତ ଭାରତ ସରକାର ଙ୍କର ଇନକୋଇସ ପକ୍ଷ ରୁ ବୈଜ୍ଞାନିକ ଡ଼ଃ ବି. ଅଜୟ କୁମାର ଓ ଡ଼ଃ ପାତାଞ୍ଜଳି କୁମାର କେନ୍ଦ୍ରୀୟ ପ୍ରତିନିଧି ଭାବେ ଯୋଗ ଦେଇଥିଲେ I ତାଙ୍କ ସହିତ ଡେପୁଟି ଜିଲ୍ଲା ପାଳ, ଅନୁସର୍ଭ ଗନ୍ତାୟତ, ଓସଡ଼ମା ଜି ମେ.. -ଅମ୍ବିକା ପ୍ରସାଦ ମିଶ୍ର, ଡି. ପି. ଓ -ଅଶୋକ କୁମାର ରଥ, ଜିପି ଡିଓ – ରଞ୍ଜନ କୁମାର ବେହେରା, ବି ଏଲ ଓ – ସୁପେରଭାଇ -ତ୍ରିଲୋଚନ ବିଶ୍ୱାଳ ଓ ସରପଞ୍ଚ -ଲଷ୍ମୀପ୍ରିୟା ସେଣ ପ୍ରମୁଖ ଉପସ୍ଥିତ ଥିଲେ ଲ
ସିଂହରପାଳ, ନଡ଼ିଆ ମଠ, କଁରପୁର, ମୂଷାପଦା ଗ୍ରାମବାସୀ ଙ୍କ ଦ୍ୱାରା ଶଙ୍ଖ, ହୁଳହୁଳି, ସଂକୀତ୍ତନ, ପୁଷ୍ପଗୁଛ, ଉତ୍ତତୀୟ ଓ ବନ୍ଦାପନା କରି ବାତ୍ୟାଆଶ୍ରୟ ସ୍ଥଳୀ କୁ ପାଛୋଟି ଆଣି ସଭା କାର୍ଯ୍ୟ ଆରମ୍ଭ କରାଯାଇ ଥିଲା l ସେଠାରେ ଆପଦ ମିତ୍ର, ସ୍ୱଛା ସେବୀ, ଗ୍ରାମ ର ଯୁବକ ଯୁବତୀ ଙ୍କୁ ସୁନାମୀ ସଚେତନତା ସମ୍ପର୍କିତ ପ୍ରଶ୍ନ ପଚାରି ଆତ୍ମସନ୍ତୋଷ ଲାଭ କରିଥିଲେ l ବୃଦ୍ଧ, ଶିଶୁ, ଗର୍ଭବତୀ ମହିଳା, ଭିନ୍ନକ୍ଷମ ବ୍ୟକ୍ତି ମାନେ କିପରି ସୁନାମୀ ସମୟ ରେ ଜୀବନ ବଞ୍ଚାଇ ପାରିବେ ଏହାକୁ ପାଲା ମାଧ୍ୟମ ରେ ଶ୍ରୀ ମଙ୍ଗରାଜ ବିଶ୍ୱାଳ ଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା ଓ ସ୍ଵଛା ସେବୀ, ଆପଦ ମିତ୍ର, ଜରୁରୀ କାଳୀନ ଟ୍ୟାକ୍ସ ଫୋର୍ସ ଓ ଗ୍ରାମବାସୀ ଙ୍କ ଦ୍ୱାରା ସୁନାମୀ ସମୟ ରେ ସୁରକ୍ଷା ସମ୍ବନ୍ଧିତ କେତେକ କଳା ଓ କୌଶଳ ପ୍ରଦର୍ଶନ କରାଯଇଥିଲା l ଏହି ସିଂହାରପାଳ ବାତ୍ୟା ଆଶ୍ରୟ ସ୍ଥଳୀ ରେ ଅନୁଷ୍ଠିତ ହୋଇ ଥିବା କାର୍ଯ୍ୟକ୍ରମ କୁ ସଫଳ ଓ ଚିତାକର୍ଷଣ କରିବା ପାଇଁ ପି ଇ ଓ – କହ୍ନେଇ ଚରଣ ପ୍ରଧାନ, ଡି ଇ ଓ – ଚନ୍ଦ୍ର କାନ୍ତ ପରିଡା, ସମ୍ପାଦକ -ଶଶୀ ଭୂଷଣ ପ୍ରଧାନ ଓ ଗ୍ରାମ ବାସୀ ସହଯୋଗ ର ହାତ ବଢ଼ାଇ ସୁନାମୀ ସମୟ ରେ ଗ୍ରାମବାସୀ ଙ୍କ ସୁରକ୍ଷା ପାଇଁ ଶପଥ ନେଇଥିଲେ l
