ଜଗନ୍ନାଥଙ୍କ ସ୍ମୃତିରେ ସହପାଠୀଙ୍କ ମାନବିକତା
ଗର୍ଦପୁର ବ୍ଲକ
( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
ଜୀବନ କେତେ ଅନିଶ୍ଚିତ, ଆଉ ଦାରିଦ୍ର୍ୟ ଓ ରୋଗ ଜଣେ ମଣିଷର ଜୀବନକୁ କେତେ ଦୁର୍ବିଷହ କରିପାରେ, ତାହାର ଏକ ମର୍ମସ୍ପର୍ଶୀ କାହାଣୀ ଥିଲେ ଗରଦପୁର ବ୍ଲକ ତଳକୁସୁମା ପଞ୍ଚାୟତ ଅନ୍ତର୍ଗତ ପାରିପୂଣ୍ଡିଲୋ ଗ୍ରାମର ଜଗନ୍ନାଥ ଆଚାର୍ଯ୍ୟ । ଗୁରୁତର କ୍ୟାନ୍ସର ସହ ଲଢ଼ି ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଥିବା ଜଗନ୍ନାଥଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ତାଙ୍କ ସହପାଠୀ ମାନେ ଆଗେଇ ଆସି ପରିବାର ପ୍ରତି ବଢ଼ାଇଛନ୍ତି ସହଯୋଗର ହାତ ।
ଜଗନ୍ନାଥ ଆଚାର୍ଯ୍ୟ, ପିତା ନୃସିଂହ ଆଚାର୍ଯ୍ୟ, ମନ୍ଦିରରେ ପୂଜକ ଭାବେ କାର୍ଯ୍ୟ କରି ସ୍ୱଳ୍ପ ରୋଜଗାରରେ ପରିବାର ପ୍ରତିପୋଷଣ କରୁଥିଲେ । ଅଭାବ ଭିତରେ ମଧ୍ୟ ନିଜ ପରିବାରକୁ ହସ ଖୁସିରେ ରଖିବାକୁ ଚେଷ୍ଟା କରୁ ଥିଲେ । କିନ୍ତୁ ପ୍ରାୟ ଚାରିମାସ ଧରି କ୍ୟାନ୍ସର ତାଙ୍କ ଜୀବନରେ ଆଣିଦେଇ ଥିଲା ଅନ୍ଧକାର । ଚିକିତ୍ସା ପାଇଁ ଯାହା କିଛି ସମ୍ବଳ ଥିଲା, ତାହା ଧୀରେ ଧୀରେ ଶେଷ ହୋଇଯାଇଥିଲା । ରୋଗ ଯୋଗୁଁ ରୋଜଗାର ବନ୍ଦ ହୋଇଯିବାରୁ ପରିବାରର ଦୁଇବେଳା ଖାଇବା ମଧ୍ୟ କଷ୍ଟକର ହୋଇ ପଡ଼ିଥିଲା । ପତ୍ନୀ ପ୍ରବୀଣା ଓ ମା ହେମଲତା ସେହି ପରିସ୍ଥିତିରେ ପରିବାର ଚଳାଇବା ସହ ଜଗନ୍ନାଥଙ୍କ ଚିକିତ୍ସା କରାଇବାକୁ ଚେଷ୍ଟା କରୁଥିଲେ । ଏକ ପଟେ କ୍ୟାନ୍ସରର ଯନ୍ତ୍ରଣା, ଅନ୍ୟପଟେ ଦାରିଦ୍ର୍ୟର ଯନ୍ତ୍ରଣା….ଦୁଇଟି ସଙ୍କଟ ମଧ୍ୟରେ ଛଟପଟ ହେଉଥିଲା ପରିବାର । ଶେଷରେ ଜଗନ୍ନାଥ ଆଉ ଫେରିଲେ ନାହିଁ । ତାଙ୍କ ମୃତ୍ୟୁ ପରେ ମଧ୍ୟ ପରି ବାର ର ସଂଘର୍ଷ ଶେଷ ହୋଇନାହିଁ । ରୋଜଗାରିଆ ପୁଅକୁ ହରାଇଥିବା ପରିବାର ଆଜି ମଧ୍ୟ ଅଭାବ ସହ ଲଢ଼ୁଛି । ଏଭଳି ସମୟରେ ଜଗନ୍ନାଥଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ମାନବିକତାର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ତାଙ୍କ ସହପାଠୀ ମାନେ । ମିର୍ଜାପୁର ଜନତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଗନ୍ନାଥଙ୍କ ସହ ପାଠ ପଢ଼ିଥିବା ସହପାଠୀ ମାନେ ଏକାଠି ହୋଇ ତାଙ୍କ ପରିବାର ପାଖରେ ଠିଆ ହୋଇଛନ୍ତି ।
ଏହି ମାନବିକ ପ୍ରୟାସରେ କଲ୍ୟାଣୀ ଜେନା, ମାନସୀ ରାଉତ , ଚିନ୍ମୟୀ ରାଉତ, ଲିଲିବାଳା ମଲ୍ଲିକ, ସନ୍ଧ୍ୟା ରାଣୀ ମଲ୍ଲିକ, ସସ୍ମିତା ବେହେରା, ସ୍ମିତାଞ୍ଜଳି ଖଣ୍ଡୁଆଳ, ମହିମା ଦଳାଇ, ସତ୍ୟରଞ୍ଜନ ରାଉତ, ଅଜୟ କୁମାର ସ୍ୱାଇଁ, ରାକେଶ ରାଉତ, ମନୋଜ ବିଶ୍ୱାଳ, ମଙ୍ଗେଶ ଜେନା,ମଙ୍ଗେଶ କର , ଜଗବନ୍ଧୁ ରାଉତ, ସୁରେଶ ରାଉତ, ପ୍ରଶାନ୍ତ କୁମାର ଦାସ, ଶଶି କାନ୍ତ ଦାସ, ଅଞ୍ଜନ କୁମାର ଦାସ, ବିଶ୍ୱଜିତ ନାୟକ, ଚିନ୍ମୟ ଦାସ, ସନ୍ତୋଷ ତରାଇ, ସଂଜୀବ ଜେନା ଓ ଜ୍ୟୋତି ରଞ୍ଜନ କର ପ୍ରମୁଖ ସହପାଠୀ ସାମିଲ ହୋଇ ଜଗନ୍ନାଥଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି । ସହ ପାଠୀ ଙ୍କ ଏହି ସହଯୋଗ କେବଳ ଅର୍ଥ ସହାୟତା ନୁହେଁ, ବରଂ ଜଗ ନ୍ନାଥଙ୍କ ସ୍ମୃତି ପ୍ରତି ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ଜୀବନରେ ସାଙ୍ଗ ହୋଇଥିବା ସହପାଠୀ ମାନେ ଆଜି ଜୀବନରେ ନଥିବା ଜଗନ୍ନାଥଙ୍କ ପରିବାର ର ଦୁଃଖରେ ସାଥୀ ହୋଇଛନ୍ତି । ମଣିଷ ଚାଲିଯାଏ, ହେଲେ ସମ୍ପର୍କ ଓ ସ୍ମୃତି ରହିଯାଏ । ଆଉ ସେହି ସ୍ମୃତି ଯଦି କାହାର ଦୁଃଖରେ ସାହାରା ହୋଇପାରେ, ତାହାଠାରୁ ବଡ଼ ଶ୍ରଦ୍ଧାଞ୍ଜଳି ଆଉ କ’ଣ ହୋଇପାରେ….? ଜଗନ୍ନାଥଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଏହି କାରଣରୁ କେବଳ ଶୋକର ଦିନ ହୋଇ ରହିନାହିଁ ; ଏହା ପାଲଟିଛି ବନ୍ଧୁତ୍ୱ, ମାନବିକତା ଓ ସହଯୋଗର ଏକ ସ୍ମରଣୀୟ ଦିନ ।
