September 27, 2026

PEOଙ୍କ ସମ୍ପତ୍ତି ଦେଖି ତାଜୁବ ଭିଜିଲାନ୍ସ,  ଠାବ ହେଲାଣି ୩୦ ପ୍ଲଟ୍ ସହ ଏକାଧିକ କୋଠା ଆଉ ମାର୍କେଟ୍ କମ୍ପ୍ଲେକ୍ସ ..

IMG-20260927-WA0008
Share

 

 

 

ବରଗଡ଼ ( ଦେବାଶିଷ ଦାଶ )

 

 

ପଞ୍ଚାୟତ ପିଇଓ, କିନ୍ତୁ ସଂପତ୍ତି ମାଳମାଳ । ଭିଜିଲାନ୍ସ ଜାଲରେ କୋଟିପତି PEO । ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକରେ କାର୍ଯ୍ୟରତ PEO କାର୍ତ୍ତିକେଶ୍ବର ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଏହି ଚଢାଉ ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୩୦ଟି ପ୍ଲଟ୍, ଗୋଟିଏ ମାର୍କେଟ୍ କମ୍ପ୍ଲେକ୍ସ ଏବଂ ଗୋଟିଏ ଗୋଦାମ ଘର ଠାବ ହୋଇଛି।

ସେହିପରି କାଣ୍ଡଗଡ଼ାରେ ୪ ହଜାର ୮୦୦ ବର୍ଗଫୁଟର ଦୁଇ ମହଲା କୋଠା ଓ ଗାଇସିଲେଟରେ ୪ ମହଲା ନିର୍ମାଣାଧୀନ ବିଲ୍ଡିଂ ଠାବ ହୋଇଛି । ଚଢ଼ାଉ ବେଳେ ନଗଦ ୨ଲକ୍ଷ ୯୮ ଲକ୍ଷ ଟଙ୍କା ଜବତ ହୋଇଛି । ଏଥିସହିତ ବ୍ୟାଙ୍କ ଜମା ଓ ଅନ୍ୟାନ୍ୟ ପୁଞ୍ଜିନିବେଶର ଖୋଳତାଡ଼ ଜାରି ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭୋରରୁ ତାଙ୍କର ୩ଟି ଠିକଣାରେ ଏକକାଳୀନ ଛାପା ମାରିଥିଲା ଭିଜିଲାନ୍ସ ଟିମ୍। ସରକାରୀ ବାସଭବନ, କନ୍ଧାଗାର୍ଡ ନିଜ ଘର ଓ ଅଫିସରେ ଭିଜିଲାନ୍ସ ଟିମ୍ କାଗଜପତ୍ର ଯାଞ୍ଚ କରୁଛି। ବ୍ଲକରେ ବିଭିନ୍ନ ସରକାରୀ ଯୋଜନାରେ ଅନିୟମିତତା ଓ ଲାଞ୍ଚ ନେବା ଭଳି ପୂର୍ବରୁ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା।