ବିଦ୍ୟୁତ ଖୁଣ୍ଟ ଓ ତାର ସ୍ଥାନାନ୍ତର ନହେବାରୁ, ଗୋଷ୍ଠୀକେନ୍ଦ୍ର ନିର୍ମାଣ ବାଧାପ୍ରାପ୍ତ ..
ତିର୍ତ୍ତୋଲ ତା 23/9/2026 ତିର୍ତ୍ତୋଲବ୍ଲକ, ବିରିତୋଳ ପଞ୍ଚାୟତ ଅଧିନ ବେହେରାଛକ ନିକଟରେ ଥିବା ହନୁମାନଜୀୟୁ ଙ୍କ ମନ୍ଦିରପାର୍ଶ୍ୱରେ ଏକ ପ୍ରାର୍ଥନାମଣ୍ଡପ, ଗୋଷ୍ଠୀକେନ୍ଦ୍ର, ନିର୍ମାଣ ନିମନ୍ତେ, ତିର୍ତ୍ତୋଲବ୍ଲକ ପ୍ରଶାସନ ତରଫରୁ ବିକଶିତ ଗାଁ ବିକଶିତ ଓଡିଶା ପ୍ରକଳ୍ପ ଯୋଜନାରେ ଚାରିଲକ୍ଷ ସାତହଜାର ଟଙ୍କା, ସରକାରୀ ଆର୍ଥିକ ଅନୁଦାନ ଆସିଥିଲା ବେଳେ, ହନୁମାନ ମନ୍ଦିରକମିଟି ର ସଦସ୍ୟ ମାନେ ନିର୍ମାଣକାର୍ଯ୍ୟର ଦାୟିତ୍ୱ ବହନ କରିଛନ୍ତି l ମାତ୍ର ମନ୍ଦିର ପାଖରେ ବିଦ୍ୟୁତ ଖୁଣ୍ଟ ଓ ତାର ଯାଇଥିବାରୁ, ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି l ଏ ସମ୍ପର୍କରେ ବିଦ୍ୟୁତବିଭାଗୀୟ ଅଧିକାରୀ ମାନଙ୍କୁ ବାରମ୍ବାର ଆପତ୍ତି ଅଭିଯୋଗ କରିଲେ ବି କୌଣସି ସୁଫଳ ନ ମିଳିବାରୁ, ଏହାର ଆଶୁସମାଧାନ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ, ଜଗତସିଂହପୁର ଜିଲ୍ଲାପାଳ ଙ୍କ ଜନଶୁଣାଣୀ ରେ ମଧ୍ୟ ଲିଖିତ ଅଭିଯୋଗ କରାଯାଇଛି l ତେବେ ଦେଖିବାକୁ ବାକିରହିଲା, ଜିଲ୍ଲାପାଳ ଙ୍କ ହସ୍ତକ୍ଷେପ ରେ କେବେ ସମାଧାନ ହେଉଛି, ଏହି ବିଦ୍ୟୁତ ଖୁଣ୍ଟ ଓ ତାର ଉଠାଇବା ସମସ୍ୟା ?ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
