September 23, 2026

ବାତ୍ୟା ଅର୍ଣ୍ଣବ ପ୍ରଭାବରେ ମୋହନା ଅଞ୍ଚଳ ରେ ବ୍ୟାପକ କ୍ଷତି, ୧୩୮୩ ଜଣଙ୍କୁ ସ୍ଥାନାନ୍ତର କଲେ ବ୍ଲକ ପ୍ରଶାସନ ..

IMG-20260923-WA0066
Share

ମୋହନା(ଗଣେଶ ବିଷୋୟୀ)ଆଜି ବାତ୍ୟା ଅର୍ଣ୍ଣବ ପ୍ରଭାବରେ ପ୍ରବଳ ବର୍ଷା ତୁହାକୁତୁହା ଲାଗି ରହିଥିବାରୁ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇଥିବା ବେଳେ ମୋହନା ବ୍ଲକ ର ୩୯ଟି ଗ୍ରାମ ପଞ୍ଚାୟତ ରୁ ବର୍ତ୍ତମାନ ସୁଦ୍ଧା ୧୩୮୩ବ୍ୟକ୍ତି ଙ୍କୁ ବ୍ଲକ ପ୍ରଶାସନ ସ୍ଥାନାନ୍ତରିତ କରି ଖାଇବା ବ୍ୟବସ୍ଥା କରିଥିବା ଖବର ମିଳିଛି। ବର୍ତ୍ତମାନ ସୁଦ୍ଧା ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜୀବ ଦାସ ନିଜ ସହକର୍ମୀ ମାନଙ୍କୁ ଧରି ସମସ୍ତ ପଞ୍ଚାୟତ ଗସ୍ତ କରି କଚ୍ଚା ଘରେ ରହିଥିବା ଲୋକଙ୍କୁ ସ୍ଥାନାନ୍ତର କରିଥିବା ବେଳେ ୨୨ଟି ଘର ନଷ୍ଟ ହୋଇଥିବା ଜଣାପଡିଛି। ପ୍ରବଳ ବର୍ଷା ହେବା ଆଶଙ୍କା କରି ମୋହନା ବ୍ଲକ ର ସମସ୍ତ ପଞ୍ଚାୟତ ରେ ବ୍ଲକ, ପୋଲିସ, ଓଡ୍ରାଫ, ସ୍ୱାସ୍ଥ୍ୟ ବିଭାଗ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଶିଶୁ ବିକାଶ ବିଭାଗ ଙ୍କ ସମେତ ବ୍ଲକର ସମସ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଙ୍କ ସମେତ ସମସ୍ତ ଅଧିକାରୀ ଘଟଣା ପ୍ରତି ସଜାଗ ଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଠାରୁ ସୂଚନା ମିଳିଛି। ଏହା ସହ ମୋହନା ବ୍ଲକର ୪୮୭ ପୁରୁଷ, ୫୨୯ମହିଳା ଙ୍କ ସହିତ ୧୮୨ ଶିଶୁ ପୁତ୍ର ଏବଂ ୧୬୧ଝିଅ ଙ୍କ ସମେତ ଭିନ୍ନକ୍ଷମ ପୁରୁଷ ୧୩ ଏବଂ ୧୧ମହିଳା ୩୬ଟି ସ୍ଥାନକୁ ସ୍ଥାନାନ୍ତରିତ ହୋଇଥିବା ସୂଚନା ମିଳିଛି। ଏଥି ମଧ୍ୟରେ ପ୍ରବଳ ବର୍ଷା ରେ ୨2ଟି କଚ୍ଚା ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।