ବେଗୁନିଆ ବାବା ଗ୍ରାମେଶ୍ବର ଙ୍କ ପୀଠ ରେ ସୁନିଆଁ ଉତ୍ସବପାଳନ
ତିର୍ତ୍ତୋଲ ତା 23/9/2029 ତିର୍ତ୍ତୋଲବ୍ଲକ, କଟରାପଞ୍ଚାୟତ ଅଧିନ ବେଗୁନିଆ ଗ୍ରାମରେ, ଦୀର୍ଘ ସାତ ଦଶନ୍ଧି ଧରି ପାଳିତ ହୋଇଆସୁଛି ପବିତ୍ର ସୁନିଆଁ l ଗଜପତି ମହାରାଜ ଙ୍କ ଏକସ୍ତରୀ ଅଙ୍କ ଚଉଦଶହ ଚଉସ୍ତରୀ ସାଲ, ଅନୁଯାଇ, ଗ୍ରାମର ଆରାଧ୍ୟ ବାବା ଗ୍ରାମେଶ୍ବର ମହାଦେବ ଙ୍କ ମନ୍ଦିର ସମ୍ମୁଖରେ, ପାରମ୍ପରିକ ଋତିନୀତି ଅନୁଯାଇ ପ୍ରାତଃ କାଳରୁ, ତ୍ରିଛକି ଠାରେ ପୂଜାର୍ଚ୍ଚନା, ମହାମନ୍ତ୍ର ନାମସଂକୀର୍ତ୍ତନ, ବିଶ୍ଵର କଲ୍ୟାଣ ପାଇଁ ଯଜ୍ଞରେ ଆହୁତି ପ୍ରଦାନ, ବାବାଙ୍କ ଉଦ୍ଦେଶ୍ୟରେ ଷୋଡଶଉପଚାର ପୂଜା, ରୁଦ୍ରାଭିଷେକ ଆଦି ବୈଦିକ ବ୍ରାହ୍ମଣ ମାନଙ୍କଦ୍ୱାରା ସମ୍ପନ୍ନ ହେବା ପରେ, ମଧ୍ୟରାତ୍ର ରେ, ଏକ ପଣାହାଣ୍ଡି ପ୍ରସ୍ତୁତ କରାଯାଇ, ନିକାଞ୍ଚନ ସ୍ଥାନରେ ଅଶରୀରି ପ୍ରେତ ଓ ଚଣ୍ଡୀ ଚାମୁଣ୍ଡା ମାନଙ୍କୁ ଅର୍ପଣ କରାଯାଇଥିଲା l ଏହି ସମସ୍ତ କାର୍ଯ୍ୟକ୍ରମ ରେ ଯଜ୍ଞକର୍ତ୍ତା ଭାବେ ପ୍ରତାପ ଚନ୍ଦ୍ର ରାଉତ ଦାୟିତ୍ୱ ବହନ କରିଥିବାବେଳେ, ଚାଇନା ପଣ୍ଡା ପୌରହିତ୍ୟ କରିଥିଲେ l ରଞ୍ଜନ ପଣ୍ଡା, ଧ୍ରୁବଚରଣ ପଣ୍ଡା ଙ୍କ ସମେତ ସମସ୍ତ ଗ୍ରାମବାସୀ ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
