September 23, 2026

ଲିପିଣ୍ଡାରେ ମେଗା ସ୍ୱାସ୍ଥ୍ୟ ମେଳା 

IMG-20260923-WA0042
Share

 

 

ସମ୍ବଲପୁର, ୨୩. ୦୯:ଆଜି ଯୁଯୁମୁରା ବ୍ଲକ ଅନ୍ତର୍ଗତ ଲିପିଣ୍ଡା ପଞ୍ଚାୟତ ଠାରେ ଏକ ମେଗା ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଥିଲା। ସିଲିକନ ହସ୍ପିଟାଲ ପକ୍ଷରୁ ଆୟୋଜିତ ଏହି ଶିବିରରେ ୨୭୬ ଜଣ ବିଭିନ୍ନ ରୋଗୀ ପରାମର୍ଶ କରି ନିଶୁକ୍ଳ ଔଷଧ ଗ୍ରହଣ କରିଥିଲେ।

 

ସକାଳ ୧୦ଟାରେ ଆରମ୍ଭ ହୋଇଥିବା ଶିବିରରେ ମେଡ଼ିସିନ ବିଭାଗର ଡ଼ା. ଦେବାଶିଷ ମିଶ୍ର, ଜେନେରାଲ ସର୍ଜରୀ ବିଭାଗର ଡ଼ା. ତାପସ କୁମାର କଲିତ, ଅସ୍ଥିଶୈଳ ବିଭାଗର ଶ୍ରେୟାସ ଏଚ ଘୁସଘୁସକାର, ଶୈଳ ଚିକିତ୍ସା ମୁଖ୍ୟ ସୌଭାଗ୍ୟ ରଞ୍ଜନ ସ୍ୱାଇଁ ପ୍ରମୁଖ ଚିକିତ୍ସା ପ୍ରଦାନ କରିଥିଲେ। ଲିପିଣ୍ଡା ସରପଞ୍ଚ ପ୍ରଫୁଲ୍ଲ ମିର୍ଦ୍ଧାଙ୍କ ମୁଖ୍ୟ ପରିଚାଳନାରେ ସ୍ଥାନୀୟ ପିଇଓ ଗୋକୁଳ ନାଏକ,ଏମବିକେ ପାଦାନି ପ୍ରଧାନ,ୱାର୍ଡ ସଭ୍ୟ /ସଭ୍ୟା, ଆଶା, ଅଙ୍ଗନବାଡି,ସିଆରପି ପ୍ରମୁଖ ସହଯୋଗ କରିଥିଲେ। ଯୁଯୁମୁରା ବିଡ଼ିଓ ରାଜେଶ ଏକ୍କା ଶିବିର ପରିଦର୍ଶନ କରି ସମସ୍ତ ଶିବିରର୍ଥୀଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ହସ୍ପିଟାଲର ବୈଷୟିକ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।