ସୂଚନା ଫଳକରେ ରହୁନାହିଁ ସମ୍ପୂର୍ଣ ତଥ୍ୟ,ନିମ୍ନମାନର କାମ ସନ୍ଦେହ
ବରଗଡ,ତା୨୩/୯
ଅତାବିରା ବ୍ଲକ ଏରିଆରେ ଯେଉଁ ଉନ୍ନୟନ କାମ ହେଉଛି ସେଠାରେ ସୂଚନା ଫଳକ ନିର୍ମାଣ କରାଯାଉଛି କିନ୍ତୁ ପରିତାପର ବିଷୟ ସୂଚନା ଫଳରେ ସମ୍ପୂର୍ଣ ତଥ୍ୟ ଉଲ୍ଲେଖ ନ ଥିବାରୁ ଲୋକେ ସେ କାମ ବିଷୟରେ ସବିଶେଷ ବିପରଣୀ ପାଇପାରୁନାହାନ୍ତି | ଏପରିକି କାମ କରିବା ସମୟରେ ଜେଇ ଅନୁପସ୍ତିତ ରହୁଥିବାରୁ ଠିକାଦାର ନିଜ ମନଇଛା କାମ କରୁଥିବା ଅଭିଯୋଗ ହେଉଛି |ଅତାବିରା ବ୍ଲକ ବୁଗବୁଗା ଗ୍ରାମ ପଂଚାୟତ ଅଧିନ ପତ୍ରାପାଲି ନିଧିଗୋଠ ଠାରେ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ଏକ ରାସ୍ତା ନିର୍ମାଣ କରାଯାଇଛି ସେଠାରେ ସୂଚନା ଫଳକ ଲଗାଇଯାଇଛି କିନ୍ତୁ ଉକ୍ତ ଫଳକରେ ସଂପୂର୍ଣ୍ନ ତଥ୍ୟ ଲେଖାଯାଇ ନାହିଁ ଯାହା ଫଳରେ ନିଧିଗୋଠ ବାସୀ ଉକ୍ତ କାମ ବିଷୟରେ ସବୁ ତଥ୍ୟ ପାଇବାରୁ ବଂଚିତ ହେଉଛନ୍ତି | ରାସ୍ତାର ଦୂରତା କେତେ,ଚଉଡା କେତେ,କେତେ ଉଚ୍ଚତା ,କେତେ ପରିମାଣର ବାଳି ,ସିମେଣ୍ଟ .ଗେଟି ଲାଗିଛି ,କେଉଁ କମ୍ପାନୀର ସିମେଣ୍ଟ କେତେ ବସ୍ତା ଲାଗିଛି କାମ କେବେ ଶେଷ ହୋଇଛି ଏ ସବୁ ଉଲ୍ଲେଖ ନାହି ଯାହା ଫଳରେ ନିମ୍ନମାନର କାମ ହୋଇଥିବା ଲୋକେ ସନ୍ଦେହ କରୁଛନ୍ତି |ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହେଉଛି |
