୧୧ତମ ଆୟୁର୍ବେଦ ଦିବସରେ ଏଲୋପାଥିକ ଡାକ୍ତର କହିଲେ ଆୟୁର୍ବେଦ ବ୍ୟବହାର କରନ୍ତୁ l
ଆଜି ଏଗାର ତମ ଜାତୀୟ ଆୟୁର୍ବେଦ ଦିବସ ଅବସରରେ ପୁରୀ ସ୍ଥିତ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ରେ ଏକ ଵୈଜ୍ଞାନିକ ସମ୍ମିଳନୀ ର ଆୟୋଜନ ହୋଇଥିଲା। ସର୍ବପ୍ରଥମେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍ ଓ ପ୍ରଭୁ ଧନ୍ଵନ୍ତରୀ ଙ୍କ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଏହା ପରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ଡ଼ ବିପିନ ବିହାରୀ ଖୁଣ୍ଟିଆ ସ୍ୱାଗତ ଭାଷଣ ଦେଇଥିଲେ ଓ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ଏହାପରେ ସେମିନାର ଆରମ୍ଭ ହୋଇଥିଲା। ପ୍ରଫେସର ଡ଼. ଶ୍ରୀକାନ୍ତ ପଣ୍ଡା, ଏସ ସି ବି ମେଡିକାଲ କଲେଜର ପ୍ରାକ୍ତନ ସର୍ଜରୀ ବିଭାଗୀୟ ମୁଖ୍ୟ ନିଜର ବକ୍ତବ୍ୟ ରଖିଥିଲେ। ସେ ଏଚ ଆଇ ଭି ଇଂଫେକ୍ସନ ଉପରେ ସଚେତନତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏଚ ଆଇଭି ର ଚିକିତ୍ସା ଉପରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥଲେ। ଏହାପରେ ଡ଼ କ୍ଷୀରୋଦ କୁମାର ସାଥୂଆ, (ପ୍ରତିଷ୍ଠାତା କ୍ଲିନିକ ଟ୍ରି ) ନିଜର ଅଭିଜ୍ଞତା ପ୍ରକାଶ କରିଥିଲେ। ଏହା ଅତ୍ୟନ୍ତ ପ୍ରେରଣା ପ୍ରଦ ହୋଇଥିଲା। ଶେଷରେ ଡ଼ ଆଶୁତୋଷ ପ୍ରସାଦ ମିଶ୍ର , ଡାକ୍ତର ଓ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଓ ଗବେଷକ ନିଜର ଅଭିଭାଷଣ ରଖିଥିଲେ। ସେ କହିଲେ କେତେ କେତେ ମହା ମହା ରୋଗ କୁ ଆୟୁର୍ବେଦ ଭଲ କରୁଛି କିନ୍ତୁ ଏହି ଚିକିତ୍ସା ବିଜ୍ଞାନ ର ପ୍ରଚାର ଓ ପ୍ରସାର ଆଶାନୁରୂପ ଭାବେ ହୋଇପାରୁନି।ସମସ୍ତଙ୍କୁ ଆହ୍ୱାନ କଲେ ଯେ ଯାହାବି ସଫଳତା ହାସଲ କରୁଛନ୍ତି ତାହାର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଆଗେଇ ଆସିବା ଦରକାର। ଏହାପରେ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଶେଷରେ ଏହି କାର୍ଯ୍ୟକ୍ରମର ନୋଡାଲ ଅଫିସର ଡ଼ ସୋନାଲୀକା ଜେନା ଦୀର୍ଘ ସାତ ଦିନ ଧରି ଚାଲିଥିବା ସମସ୍ତ କାର୍ଯକ୍ରମ ରେ ସଂଶ୍ଳିଷ୍ଟ ଥିବା ଅଧ୍ୟାପକ ଅଧ୍ୟାପିକା ପିଜି ଛାତ୍ରଛାତ୍ରୀ ମାନଙ୍କୁ ଓ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଡ଼ ବିଜୟଶ୍ରୀ ଶତପଥୀ ଓ ଡ଼ କ୍ଷମମୟୀ ଯତି କାର୍ଯକ୍ରମ କୁ ପରିଚାଳନା କରିଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
