November 29, 2026

ବାନ୍ଧକଳାର ଗୌରବମୟ ପରମ୍ପରାକୁ ସମ୍ମାନରାଜ୍ୟସ୍ତରୀୟ ବାନ୍ଧକଳା ଦିବସ ଓ ରାଧାଶ୍ୟାମ ମେହେରଙ୍କ ୧୧୮ତମ ଜୟନ୍ତୀ ପାଳିତବିଶିଷ୍ଟ ବାନ୍ଧଶିଳ୍ପୀ, ସାମାଜିକ ସଂଗଠନ ଓ ସମାଜସେବୀ ସମ୍ମାନିତ

IMG-20261122-WA0007
Share

ସମ୍ବଲପୁର, ୨୨/୧୧: ପଶ୍ଚିମ ଓଡ଼ିଶାର ଗୌରବମୟ ବାନ୍ଧକଳା ପରମ୍ପରାର ମହାନ ସ୍ରଷ୍ଟା ଶ୍ରୀ ରାଧାଶ୍ୟାମ ମେହେରଙ୍କ ୧୧୮ତମ ଜୟନ୍ତୀ ଏବଂ ରାଜ୍ୟସ୍ତରୀୟ ବାନ୍ଧକଳା ଦିବସ–୨୦୨୬ ଏବିସିଡ଼ି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନଭେମ୍ବର ୨୧ ତାରିଖରେ ସମ୍ବଲପୁରସ୍ଥିତ ତପସ୍ୱିନୀ ହଲ୍‌ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ମହାନ ବାନ୍ଧଶିଳ୍ପୀ ରାଧାଶ୍ୟାମ ମେହେରଙ୍କ ଅବଦାନକୁ ସ୍ମରଣ କରାଯିବା ସହ ବାନ୍ଧକଳାର ସୁରକ୍ଷା, ପ୍ରଚାରପ୍ରସାର ଓ ଏହା ସହ ଜଡ଼ିତ କଳାକାର ଓ ବୁଣାକାରଙ୍କୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ମନ୍ତ୍ରୀ ରବିନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାଏକ, ବିଜେପି ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର, ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର, ସ୍ୱର୍ଗତ ରାଧାଶ୍ୟାମ ମେହେରଙ୍କ ନାତି ପ୍ରଦୀପ ମେହେର, ଟ୍ରଷ୍ଟର ପ୍ରତିଷ୍ଠାତା ରାଜେନ୍ଦ୍ର ସତନାମୀ, ଅଶୋକ ଜଲାନ ସମ୍ମାନିତ ଅତିଥି ଓ ଐତିହାସିକ, ଲେଖକ ତଥା ସାମ୍ବାଦିକ ଦୀପକ କୁମାର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ।ପ୍ରାରମ୍ଭରେ ତନ୍ମୟ ବାରିକ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ମଞ୍ଚାସୀନ ଅତିଥି, ସାମାଜିକ କର୍ମୀ, ଯୁବବର୍ଗ, ଶିକ୍ଷକ, ବୁଣାକାର ଓ ବିଭିନ୍ନ ସଂଗଠନର ପ୍ରତିନିଧିଙ୍କୁ ସ୍ୱାଗତ ଜଣାଇଥିଲେ। ଏଥିସହ ଟ୍ରଷ୍ଟର ସାମାଜିକ କାର୍ଯ୍ୟକଳାପ ଓ ବାନ୍ଧକଳା ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ଉତ୍ସବରେ ବିଶିଷ୍ଟ କଳାକାର ସୁଶୀଲ କୁମାର ମେହେର ଓ ବାନ୍ଧଶିଳ୍ପୀ ପ୍ରଫୁଲ୍ଲ କୁମାର ମେହେରଙ୍କୁ ‘ଶ୍ରୀ ରାଧାଶ୍ୟାମ ମେହେର ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା। ଏଥିସହ ମେହେର ସମାଜର ବିଭିନ୍ନ ଗୋଷ୍ଠୀ, ବାଜହୁରୀ ବଜାର ଗ୍ରୁପ୍, ମହିଳା ମେହେର ସମାଜ ସମ୍ବଲପୁର ଗ୍ରୁପ୍ ଓ ଝିଲମିଣ୍ଡାର ବୁଣାକାରମାନଙ୍କୁ ସେମାନଙ୍କ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା।ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ଓ ଅବଦାନ ପାଇଁ ସାଥୀ ଚାରିଟେବୁଲ ଟ୍ରଷ୍ଟ, ଉତ୍ସର୍ଗ, ସ୍ୱାଧୀନ ଏକତା ସଂଗଠନ ରେଙ୍ଗାଲି, ଡା. ରାସେଶ୍ୱରୀ ପାଣିଗ୍ରାହୀ ୱେଲଫେୟାର ଟ୍ରଷ୍ଟ, ସ୍ୱାଭିମାନ ସମ୍ବଲପୁର, ସମ୍ବଲ, ମାରୱାଡ଼ି ଯୁବା ମଞ୍ଚ ଖେତରାଜପୁର, ଅଶୋକ ଜଲାନ ଫାଉଣ୍ଡେସନ, ତ୍ରିଲୋଚନ ନେତ୍ରାଳୟ, ୱାନ୍ ରୁପି କ୍ଲିନିକ୍, ଷ୍ଟୋରୀ ଫର୍ ଚେଞ୍ଜ,ଆଦର୍ଶ ଆଦି ସଂଗଠନ ସହ ସାମାଜିକ କର୍ମୀ କାର୍ତ୍ତିକ କଲେତ ଓ ଡା. ରାଜାରାମ ଷଡ଼ଙ୍ଗୀଙ୍କ ସମେତ ବିଭିନ୍ନ ମହାବିଦ୍ୟାଳୟର ନବନିର୍ବାଚିତ ଛାତ୍ରନେତା ଓ ଶିକ୍ଷକମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଯୁବପିଢ଼ିଙ୍କ ମଧ୍ୟରେ ସାମାଜିକ ସେବା, ନେତୃତ୍ୱ ଓ ସମାଜ ପ୍ରତି ଦାୟିତ୍ୱବୋଧର ଭାବନାକୁ ଉତ୍ସାହିତ କରିବା ଏହି ସମ୍ମାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଶିଶୁମାନଙ୍କ ଶିକ୍ଷା, ସଂସ୍କାର, ଶୃଙ୍ଖଳା ଓ ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦେଇ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା। ଶିକ୍ଷା, ସଂସ୍କୃତି, କଳା ଓ ସାମାଜିକ ମୂଲ୍ୟବୋଧର ବିକାଶ ଦିଗରେ ନିରନ୍ତର କାର୍ଯ୍ୟ କରୁଥିବା ଟ୍ରଷ୍ଟର ଶିକ୍ଷକମାନଙ୍କ ଅବଦାନକୁ ସ୍ୱୀକୃତି ଦିଆଯାଇଥିଲା।କାର୍ଯ୍ୟକ୍ରମରେ ମାନସ କୁମାର ଷଡ଼ଙ୍ଗୀ ଓ ତର୍ପଣ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ଉତ୍ସବରେ ବିଭିନ୍ନ ସାଂସ୍କୃତିକ ପରିବେଷଣ ସହ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

You may have missed