June 21, 2026

ଡିଙ୍ଗର ସରକାରୀ ଉଚ୍ଚବିଦ୍ୟାଳୟ ର ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

IMG-20260621-WA0028
Share

ବେଗୁନିଆ ବ୍ଳକ (ଉପାନ୍ତ ଖବର ମାନସ ରଞ୍ଜନ କର)ଡିଙ୍ଗର ସରକାରୀ ଉଚ୍ଚବିଦ୍ୟାଳୟରେ ଆନ୍ତର୍ଜାତୀକ ଯୋଗ ଦିବସ ପାଳିତ ହୋଇଯାଇଅଛି ଉକ୍ତ ଯୋଗ ଦିବସରେ ୫୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗଦେଇଥିଲେ ଗ୍ରାମର ସ୍ୱୟଂ ସହାୟିକା ଗୋଷ୍ଠି ଏମବିକେ, ସିଆରପି ଓ ମହିଳା ସଦସ୍ୟା ମାନେ ଯୋଗଦେଇଥିଲେ ପ୍ରଧାନଶିକ୍ଷକ ଦିବାକର ସାହୁଙ୍କ ତତ୍ୱାବିଧାନରେ ଯୋଗ ଦିବସ ଆଡମ୍ବରପୂର୍ଣ୍ଣଭାବେ ପାଳିତ ହୋଇଥିଲା ଖେଳଶିକ୍ଷକ ପ୍ରକାଶ ଚନ୍ଦ୍ର ଦାସ ଓ କାଳିଚରଣ ଲେଙ୍କାଙ୍କ ସହଯୋଗରେ ଯୋଗ କ୍ଳାସ ଅତ୍ୟନ୍ତ ସରସ ସୁନ୍ଦର ହୋଇପାରିଥିଲାବିଦ୍ୟାଳୟର ଶିକ୍ଷକ, ଶୀକ୍ଷୟତ୍ରୀମାନେ କାର୍ଯ୍ୟ କର୍ମରେ ସହଯୋଗ କରିଥିବାରୁ ପ୍ରଧାନଶିକ୍ଷକ ଉଚ୍ଚପ୍ରଶଂସା କରିଥିଲେ। ଶେଷରେ ବରିଷ୍ଠ ଶିକ୍ଷୟତ୍ରୀ ହିରାମଣି ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନକରିଥିଲେ. ପରିଶେଷରେ ସମସ୍ତ ଛାତ୍ରୀ ଓ ମହିଳା ସଦସ୍ୟାମାନଙ୍କୁ ମିଷ୍ଠାନ ବଣ୍ଟନ କରାଯାଥିଲା