ଜାମଟିକ୍ରାରେ ଚାଷୀଙ୍କ ବୈଠକ : ଧାନ କିଣାବିକାରେ ସ୍ୱଚ୍ଛତା ଦାବି
*ବରଗଡ଼, ତା ୧୮/୧୧ (ସୁରେନ୍ଦ୍ର କଠାର):* ଅତାବିରା ବ୍ଲକ ଅଧୀନ ଜାମଟିକ୍ରା ଗଣେଶ ନଗର କଲ୍ୟାଣ ମଣ୍ଡପ ଠାରେ ବୁଧବାର ଦିନ ଚାଷୀ ରବିନ୍ଦ୍ର ବିଶିଙ୍କ ସଭାପତିତ୍ୱରେ ଏକ ଚାଷୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଶତାଧିକ ଚାଷୀ ଯୋଗଦାନ କରି ନିଜ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ। ଚାଷୀମାନେ ନିଜ ଦୁଃଖ ସୁଖ, ମଣ୍ଡିରେ ହେଉଥିବା ଅସୁବିଧା ବିଷୟରେ ଖୋଲାଖୋଲି ଆଲୋଚନା କରିଥିଲେ।ଏହି ବୈଠକରେ ଚଳିତ ଖରିଫ ୨୦୨୬-୨୭ ର ଧାନ କିଣାବିକା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ପ୍ରମୁଖ ଦାବି ଗୁଡ଼ିକ ହେଲା -*୧.* ଚାଷୀ ମଣ୍ଡିକୁ ଧାନ ଆଣିବା ପରେ ଧାନର ମାନ ନିର୍ଦ୍ଧାରଣ କରି ୪୮ ଘଣ୍ଟା ଭିତରେ ବିକ୍ରୀର ବ୍ୟବସ୍ଥା କରାଯାଉ।*୨.* କଟନି ଛଟନି ବାବଦରେ ସ୍ୱଚ୍ଛତା ରହୁ, ଅଯଥା କଟନି ବନ୍ଦ ହେଉ।*୩.* କେଉଁ ଦିନ କେଉଁ ଚାଷୀଙ୍କ କେତେ ଧାନ ଏରିଭାଲ ଓ ଡିସପାଚ୍ କରାଗଲା ତାହାର ତାଲିକା ପ୍ରତିଦିନ ଛପା ଯାଉ ଏବଂ ମଣ୍ଡିରେ ପ୍ରଦର୍ଶନ କରାଯାଉ।ଚାଷୀମାନେ କହିଥିଲେ, ବର୍ଷ ସାରା କଷ୍ଟ କରି ଧାନ ଫଳାଇବା ପରେ ମଣ୍ଡିରେ ଦିନ ଦିନ ଧରି ଅପେକ୍ଷା କରିବା ବହୁତ କଷ୍ଟକର। ମଣ୍ଡିରେ ଧାନ ପଡ଼ି ରହିଲେ ବର୍ଷାରେ ଭିଜି ନଷ୍ଟ ହେବାର ଭୟ ରହୁଛି। ତେଣୁ ସମୟ ଭିତରେ ଧାନ କିଣା ଶେଷ କରିବାକୁ ପ୍ରଶାସନ ପଦକ୍ଷେପ ନେବା ଦରକାର।ଏହି ବୈଠକରେ ଜଗନ୍ନାଥ ସାହୁ, ଚୈତନ୍ୟ କର୍ଣ୍ଣ, ହେମନ୍ତ କର୍ମୀ, ସୁବାସ ପ୍ରଧାନ, ନିରଞ୍ଜନ ପ୍ରଧାନ, କୃଷ୍ଣଚନ୍ଦ୍ର ସାହୁ, ପ୍ରଦୀପ ଭୋଇ, ଗଙ୍ଗାଧର ପ୍ରଧାନ, ସଞ୍ଜୟ ଶଙ୍ଖୁଆ, ଅନୀଲ ବିଶ୍ୱାଳ, ଖିରସିନ୍ଧୁ ପ୍ରଧାନ, କେ. ଶ୍ରୀନିବାସ, ବି. ଏନକେଟ ରାଓ ପ୍ରମୁଖ ଚାଷୀ ଯୋଗଦେଇଥିଲେ।ଶେଷରେ ଚାଷୀଙ୍କ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ସମ୍ମିଳିତ ଭାବେ ଆନ୍ଦୋଳନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।
