ଗୋଡଭଗାରେ ମାଗଣା ସ୍ୱାସ୍ଥ୍ୟ ଶିବିର ଓ ରକ୍ତଦାନ ଶିବିର
ବରଗଡ(ସୁରେନ୍ଦ୍ର କଠାର)
: ଲାୟନ୍ସ କ୍ଲବ ଗୋଡ଼ଭଗା ଏବଂ ବିଭିନ୍ନ ସଂଗଠନର
ମିଳିତ ପ୍ରୟାସରେ ଡାକ୍ତର ଚିତ୍ତରଞ୍ଜନ ଜେନାଙ୍କ ତତ୍ତ୍ଵାବଧାନରେ ଅତାବିରା ବ୍ଲକ
ଅନ୍ତର୍ଗତ ଗୋଡ଼ଭଗା ସମଲେଶ୍ଵରୀ ମନ୍ଦିର ପରିସରରେ ରକ୍ତଦାନ ଏବଂ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଅତାବିରା ବିଧାୟକ ନିହାରରଞ୍ଜନ ମହାନନ୍ଦ ମୁଖ୍ୟ ଅତିଥ୍ୟ ଭାବେ ଯୋଗଦାନ କରି ଶିବିରକୁ ଉଦ୍ଘାଟନ କରିଥିଲେ ।ଏଥି ସହ ଲିଭର,କିଡନୀ,କାର୍ଯ୍ୟକାରିତା
ଥାଇରଏଡ, ୟୁରିକଏସିଡ,ଆରବିଏସଇତ୍ୟାଦି
ପରୀକ୍ଷା କରାଯାଇଛି । ଆୟୁଷ୍ମାନ କାର୍ଡର ମାଗଣା
କେୱାଇସି କରାଯାଇଛି।
ଏଥିରେ ୪୩ ୟୁନିଟ ରକ୍ତ
ସଂଗୃହୀତ ହୋଇଥିଲା । ୮୦ ରୋଗୀ ନିଜର ପରୀକ୍ଷା କରାଇଥିଲେ। ୮୩ଟି ଆୟୁଷ୍ମାନ
କାର୍ଡ ଏବଂ ୫ଟି ବାୟୋବନ୍ଦନା କାର୍ଡର ଇ-କେୱାସି କରାଯାଇଛି। ଡ଼ା. ଶ୍ରଦ୍ଧାଞ୍ଜଳି ନାଏକ,
ଡ଼ା.ସ୍ବାଗତ ପ୍ରଧାନ, ଡ଼ା.ଚିନ୍ମୟ ମେହେର, ସିଏଚଓ ମଧୁସ୍ମିତା ମହାନ୍ତି ରୋଗୀ ପରୀକ୍ଷା
କରିଥିଲେ। ବୁର୍ଲା ରକ୍ତ ଭଣ୍ଡାରର କର୍ମଚାରୀମାନେ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ।
ଗୋଡ଼ଭଗାରେ ଥିବା ବିଭିନ୍ନ ଜନ ସେବାକେନ୍ଦ୍ର ପକ୍ଷରୁ କାର୍ଡଗୁଡିକର ଇ-କେୱାସି
କରାଯାଇଥିଲା । ଏଥିରେ ଦୁର୍ଗାପୂଜା କମିଟି ,ନାଗରିକ କମିଟି ଏବଂ ବଜରଙ୍ଗ ଦଳ ସହଯୋଗ କରିଥିଲେ ।
