୧୧ ତମ ସମର୍ପଣ ଉତ୍ସବ ପାଇଁ ପ୍ରସ୍ତୁତି ଭାରତୀ ସମାଜ ପକ୍ଷରୁ ଗୁରୁ ପଦ୍ମସମ୍ଭବ ପ୍ରଚାର ସମିତି ଗଠିତ
ସମ୍ବଲପୁର,୧୪।୯: ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରା ସାମାଜିକ ସଂଗଠନ ଭାରତୀ ସମାଜ ପକ୍ଷରୁ ରବିବାର ଆସନ୍ତା ନଭେମ୍ବର ଏକ ତାରିଖରେ ହେବାକୁ ଥିବା ୧୧ତମ ସମର୍ପଣ ଉତ୍ସବ ଆୟୋଜନ ବିଷୟରେ ଆଲୋଚନା କରାଯାଇଥିଲା। ଗୁରୁ ପଦ୍ମସମ୍ଭବଙ୍କର ଆବିର୍ଭାବ ମାଟି ସମ୍ବଲପୁର କୁ ଲୋକ ଲୋକଚନକୁ ଆଣିବା ପାଇଁ ଗତ ୨୦୧୬ ମସିହା ଠାରୁ ଭାରତୀ ସମାଜ ପକ୍ଷରୁ ସମର୍ପଣ ଉତ୍ସବ ଆୟୋଜନ କରାଯାଇ ଆସୁଛି। ଚଳିତ ବର୍ଷ ପୁଣିଥରେ ଉତ୍ସବ ଆୟୋଜନ ନେଇ ପ୍ରସ୍ତୁତି ବୈଠକରେ ଯୋଜନା ପ୍ରସ୍ତୁତ କରାଯାଇଥିଲା । ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ଆବାହକ ଭବାନୀଶ ଭୋଇଙ୍କ ସଭାପତିତ୍ୱରେ ଆୟୋଜତି ବୈଠକରେ ଦ୍ୱିତିୟ ବୁଦ୍ଧ ଭାବେ ଗ୍ରହଣ ହେଉଥିବା ଗୁରୁ ପଦ୍ମସମ୍ଭବଙ୍କ ଜନ୍ମସ୍ଥାନକୁ ଭାରତୀ ସମାଜ କରି ଆସିଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଉପସ୍ଥିତ ସଦସ୍ୟ ମାନଙ୍କୁ ଅବଗତ କରାଯାଇଥିଲା। ୨୦୧୬ ମସିହାରୁ ଲକ୍ଷ୍ମୀଡୁଙ୍ଗୁରୀରେ ଗୁରୁ ପଦ୍ମସମ୍ଭବଙ୍କ ଉଦେଶ୍ୟରେ ଆୟୋଜିତ ସମର୍ପଣ ଉତ୍ସବ ବିଷୟରେ ଭାରତୀ ସମାଜର ଚୁଡାମଣୀ ଭୀମ ଅଭିଜ୍ଞତା ବିଷୟରେ ସୂଚନା ଦେଇଥିଲେ । ଆଗାମୀ ଦିନରେ ଗୁରୁ ପଦ୍ମସମ୍ଭବଙ୍କର ପ୍ରଚାର ପ୍ରସାର ପାଇଁ ଭାରତୀ ସମାଜ ପକ୍ଷରୁ ଗୁରୁ ପଦ୍ମସମ୍ଭବ ପ୍ରଚାର ସମିତି ଗଠନ କରାଯାଇଥିଲା। ସମିତି ଗୁରୁ ପଦ୍ମସମ୍ଭବଙ୍କ ସହ ଜଡ଼ିତ ଇତିହାସ ସହ ତାଙ୍କର ଉପଦେଶ ର ପ୍ରଚାର ପ୍ରସାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ବୈଠକରେ ସ୍ଥିର କରାଯାଇଥିଲା । ଆଜିର ବୈଠକରେ ଭାରତୀ ସମାଜର ସଂଚାଳକ ଭବାନୀଶ ଭୋଇ, ମହାସଚିବ ଗୋପବନ୍ଧୁ ସେନାପତି, ଅଶୋକ ତ୍ରୀପାଠୀ, ରଞ୍ଜିତ କୁମାର ସାହୁ, ସୁବ୍ରତ ପ୍ରଧାନ, ଦେବୀ ପ୍ରସାଦ ଭୋଇ, ପ୍ରେମ ସାହାଣୀ, ଝରଣା ସାନବଡ଼, ଶୁଶ୍ରୀ ଜୟଶ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
