ତିର୍ତ୍ତୋଲ ରେ ବାଲି ମାଫିଆ ଙ୍କ ରାଜ, ନିରବଦ୍ରଷ୍ଟା ପାଲଟିଛି ପ୍ରଶାସନ
ତିର୍ତ୍ତୋଲ ତା 13/9/2026 ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଅଞ୍ଚଳର ବିଭିନ୍ନସ୍ଥାନ ରେ ବାଲିମାଫିଆ ମାନଙ୍କ ରାଜ ଦିନକୁଦିନ ବୃଦ୍ଧିପାଇବାରେ ଲାଗିଛି l କିଛିଦିନ ପୂର୍ଵରୁ ଜିଲ୍ଲାପାଳ ଙ୍କ ନେତୃତ୍ୱରେ, ମାଇନ୍ସବିଭାଗ, ତିର୍ତ୍ତୋଲ ତହସିଲଦାର ଓ ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ, କେତେକ ସ୍ଥାନରେ ବାଲିମାଫିଆ ମାନଙ୍କଦ୍ୱାରା ସଂରକ୍ଷିତ ଗଦାଗଦା ଚୋରାବାଲି, ଜେସିପି, ଟ୍ରକ ଓ ଟ୍ରାକ୍ଟର ଆଦି ଜବତ କରାଯାଇ ଜୋରିମାନା ଆଦି ଆଦାୟ କରାଯାଇଥିଲା l ମାତ୍ର ଦିନକେଇଟା ନପୂରୁଣୁ ଏହି ବାଲି ମାଫିଆ ମାନେ ପୁଣି ସକ୍ରିୟ ହୋଇଉଠିଛନ୍ତି l ମହାନଦୀ ତଟବର୍ତ୍ତୀ କ୍ରିଷ୍ଣାନନ୍ଦପୁର, ହଂସୁରା, କୋଲର, ପୋରଗଦେଇ ଠାରୁ ଆରମ୍ଭ କରି ହଁସୁଆନଦୀ ର ତଟବର୍ତ୍ତୀ ବିରିତୋଳ ର ରସୁଲପୁର ଆଦି ସ୍ଥାନମାନଙ୍କରେ ଏହି ବାଲିମାଫିଆ ମାନେ ଖୁଲମଖୁଲା ଭାବରେ ଚୋରାବାଲି କୁ ଉଚ୍ଚଦରରେ ବିକିଚାଲିଛନ୍ତି l ଯଦି ଜିଲ୍ଲାପ୍ରଶାସନ ତରଫରୁ ସଠିକ ଅନୁଧ୍ୟାନ କରାଯାଇ, ବାଲିମାଫିଆ ମାନଙ୍କ ଦ୍ୱାରା ଠୁଳ କରାଯାଇଥିବା ଚୋରାବାଲି କୁ ଜବତ କରାଯାଇ, ସେମାନଙ୍କ ବିରୁଦ୍ଧରେ ଦୃଢ ଆଇନୀଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରନ୍ତା ତେବେ ତବେ ବିଭିନ୍ନ ନିର୍ମାଣକାର୍ଯ୍ୟ ପାଇଁ ଚଢ଼ାରେଟ ରେ ବାଲି ବିକ୍ରୀ ଓ କିଣା ଉପରେ ରୋକ ଲାଗିପାରିବ ବୋଲି ସାଧାରଣ ରେ ଦାବୀ ହେଉଛି l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
