ବିଜୟଚାନ୍ଦ ସଂସ୍କୃତ ମହାବିଦ୍ୟାଳୟ ରେ ତ୍ରିରଙ୍ଗା ଶୋଭାଯାତ୍ରା
ଭାରତ ବର୍ଷ ର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ନିର୍ଦେଶ କ୍ରମେ ଅଗଷ୍ଟ 9 ରୁ 17 ପର୍ଯନ୍ତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ, ଆଜି କୁଜଙ୍ଗ ସମାଗୋଳ ସ୍ଥିତ ବିଜୟଚାନ୍ଦ ସଂସ୍କୃତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରତାପ କୁମାର ମହାପାତ୍ର ଙ୍କ ନେତୃତ୍ୱରେ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରା ସହିତ ଆମର ପୂର୍ବଜ ମାନଙ୍କ ବୀରତ୍ଵ ର ଗାଥା ଓ ଦେଶ ସ୍ୱାଧୀନ ହେବାରେ ସେମାନଙ୍କର ବଳିଦାନ କୁ ମନେ ପକାଇବା ପାଇଁ ଆଜି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରାରେ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ଼କ୍ଟର ହେମନ୍ତ କୁମାର ମୁଦୁଲି, ଅଶୋକ କୁମାର ମହାନ୍ତି, ବିଭୂତି ଭୂଷଣ ସେନାପତି, ଅଧ୍ୟାପିକା ସ୍ୱନ୍ନପ୍ରଭା ମହାନ୍ତି, ବର୍ଷା ସାହୁ ଅଧ୍ୟାପକ ଦାମୋଦର ମାଝୀ ଓ କଲେଜ ର ଛାତ୍ର ଛାତ୍ରୀ ପ୍ରମୁଖ ଯୋଗଦେଇ ସମାଗୋଳ ଗ୍ରାମ ପରିକ୍ରମା କରି ଲୋକକୁ ସଚେତନାତା ବାର୍ତ୍ତା ପ୍ରଦାନ କରିଥିବା ସହ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ( ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )
