ପ୍ରାଣନାଥ ମହାବିଦ୍ୟାଳୟରେ ABVPର +3 କ୍ୟାମ୍ପସ୍ ୟୁନିଟ୍ ଗଠିତ ସଭାପତି ସୁମନା ବେହେରା, ସମ୍ପାଦକ ତୁଳସୀ ମହାରଣା
ଖୋର୍ଦ୍ଧା, (ପ୍ରିୟଙ୍କା ମହାପାତ୍ର): ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ମହାବିଦ୍ୟାଳୟର ABVP +3 କ୍ୟାମ୍ପସ୍ ୟୁନିଟ୍ ଘୋଷଣା କରାଯାଇଛି।ନବଗଠିତ ୟୁନିଟ୍ର ସଭାପତି ଭାବେ ସୁମନା ବେହେରା ଏବଂ ସମ୍ପାଦକ ଭାବେ ତୁଳସୀ ମହାରଣାଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥିସହିତ ଛାତ୍ରଛାତ୍ରୀଙ୍କ ବିଭିନ୍ନ କ୍ଷେତ୍ରରେ ଯୋଗଦାନ ଓ ସାଙ୍ଗଠନିକ କାର୍ଯ୍ୟକୁ ସୁଦୃଢ଼ କରିବା ଲାଗି SFS, SFD, CDD, RKM ଓ Khelo Bharat ଆଦି ବିଭିନ୍ନ ଦାୟିତ୍ୱ ମଧ୍ୟ ବଣ୍ଟନ କରାଯାଇଛି।
ନବଗଠିତ କ୍ୟାମ୍ପସ୍ ୟୁନିଟ୍ ଆଗାମୀ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀଙ୍କ ସମସ୍ୟା, ଶିକ୍ଷା, ସେବା, ସାମାଜିକ ସଚେତନତା ଓ ଛାତ୍ରହିତ ସମ୍ପର୍କିତ ବିଭିନ୍ନ କାର୍ଯ୍ୟରେ ସକ୍ରିୟ ଭାବେ ଯୋଗଦେବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।
