October 1, 2026

ହାଟଡିହି ବ୍ଲକ ପକ୍ଷରୁ ‘ସ୍ୱଚ୍ଛତା ହିଁ ସେବା’ ବ୍ଲକ କାର୍ଯ୍ୟାଳୟ ପରିସରରେ ସଫେଇ କଲେ ଅଧିକାରୀ, ଜନପ୍ରତିନିଧି ଓ ସ୍ଥାନୀୟ ଲୋକେ

IMG-20261001-WA0090
Share

 

 

ହାଟଡିହି ତା ୧/୧୦(ମନମୋହନ ନାୟକ) : ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ହାଟଡିହି ବ୍ଲକ ପକ୍ଷରୁ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ସଫେଇ ଅଭିଯାନରେ ବ୍ଲକ ଅଧିକାରୀ, ଜନପ୍ରତିନିଧିଙ୍କ ସମେତ ବହୁ ସ୍ଥାନୀୟ ବାସିନ୍ଦା ସାମିଲ ହୋଇଥିଲେ। ବିଏଲସି କାର୍ତ୍ତିକ ପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ଅଭିଯାନରେ ଏବିଡିଓ ରଶ୍ମିରେଖା ନାଇକ, ବ୍ଲକ ଯୋଗାଣ ଅଧିକାରୀ ସତ୍ୟନାରାୟଣ ପଟ୍ଟନାୟକ, ସିପି ସୁବ୍ରତ ନାୟକ, ଏସିପି ପ୍ରଶାନ୍ତ ସେଠୀ, ମୁଖ୍ୟ କିରାଣୀ ପ୍ରତାପ ବୈଠା, ସୁଲଣ ସରପଞ୍ଚ ଦିଲ୍ଲୀପ ମଲ୍ଲିକ, ଯୁବ ବିଜେପି ନେତା ଅବିନାଶ ସେଠୀ, ଆମ୍ବୋ ସରପଞ୍ଚଙ୍କ ପ୍ରତିନିଧି ସୁବ୍ରତ ମହାପାତ୍ର, ଯୋଗାଣ ବିଭାଗର ଜୀବନ ରାଉତ, ଅନିଲ ଘଡ଼େଇ, ଜୀବନ ଦାସ, ସନ୍ତୋଷ ପରିଡ଼ା ଓ ମାନସ ନାୟକଙ୍କ ସମେତ ଅନେକ କର୍ମଚାରୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତେ ବ୍ଲକ କାର୍ଯ୍ୟାଳୟ ପରିସର ସଫେଇ କରିବା ସହ ଅଳିଆ ଆବର୍ଜନା ସଫା କରିଥିଲେ। ଏଥିସହ ସ୍ୱଚ୍ଛତାକୁ ଦୈନନ୍ଦିନ ଜୀବନର ଅଂଶ କରିବା ଏବଂ ନିଜ ପରିବେଶକୁ ପରିଷ୍କାର ରଖିବା ପାଇଁ ସମସ୍ତେ ସଚେତନ ହେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ ପାଇଁ ସରକାରୀ ସଂସ୍ଥା ସହ ସାଧାରଣ ଲୋକଙ୍କ ସହଭାଗିତା ଜରୁରୀ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା। ସ୍ୱଚ୍ଛତା କେବଳ ଏକ ଦିନର କାର୍ଯ୍ୟକ୍ରମ ନୁହେଁ, ବରଂ ଏହାକୁ ଦୈନନ୍ଦିନ ଜୀବନରେ ଅଭ୍ୟାସରେ ପରିଣତ କରିବା ଉପରେ ଏହି ଅଭିଯାନରେ ଗୁରୁତ୍ୱ ଦିଆଯାଇଥିଲା।

You may have missed