ସମୁଦ୍ରକୂଳିଆ ଆର୍ଯ୍ୟପଲ୍ଲୀ ଅଞ୍ଚଳର ବାସିନ୍ଦା ଙ୍କ ସୁରକ୍ଷା ଓ ଥଇଥାନ ପାଇଁ ଦାବୀ
ଛତ୍ରପୁର,ତା୧୩/୮/୨୬(ଅରୁଣ କୁମାର ପଣ୍ଡା )ସମୁଦ୍ର କୂଳିଆ ଆର୍ଯ୍ୟପଲ୍ଲୀ ଅଞ୍ଚଳର ବାସିନ୍ଦା ଙ୍କ ସୁରକ୍ଷା ଓ ଥଇଥାନ ପାଇଁ ସରକାର ଚିନ୍ତା କରିବା ଆବଶ୍ୟକ ବୋଲି ବରିଷ୍ଠ କଂଗ୍ରେସ ନେତା ଡ଼ଃ. ଶମ୍ଭୁ ପାଣିଗ୍ରାହୀ ମତପୋଷଣ କରିଛନ୍ତି । ବଙ୍ଗୋପସାଗର ଦେଇ ଯାଇଥିବା ସମଗ୍ର ଆର୍ଯ୍ୟପଲ୍ଲୀ ଗ୍ରାମପଞ୍ଚାୟତ ର ସାନ-ଆର୍ଯ୍ୟପଲ୍ଲୀ, ବଡ଼-ଆର୍ଯ୍ୟପଲ୍ଲୀ,କଣ୍ଡରା-ଆର୍ଯ୍ୟପଲ୍ଲୀ ଆଦି ବିସ୍ତୀର୍ଣ୍ଣ ବାଲୁକା ବେଳାଭୂମି ଅଞ୍ଚଳ ବର୍ତ୍ତମାନ ଛତ୍ରପୁର ମ୍ୟୁନିସିପାଲିଟୀ ଅଧୀନ କୁ ଚାଲିଯାଇଥିଲେ ମଧ୍ୟ ଏହାର ରୂପରେଖ ପୂର୍ବବତ୍ ଚିର ଅବହେଳିତ ଅବସ୍ଥାରେ ରହିଛି । ଏହି ବିସ୍ତୀର୍ଣ୍ଣ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳର ଅଧିବାସୀ ପ୍ରାୟତଃ ୧୫ ଶହ ମତ୍ସ୍ୟଜୀବି ପରିବାର ଲୋକେ ଦୈନିକ ସମୁଦ୍ର ର ଜୁଆର, ଭଟ୍ଟା, ସାମୁଦ୍ରିକ ଝଡ଼ ତୋଫାନ ରେ ସବୁବେଳେ ଶିକାର ହେଉଛନ୍ତି । ସମୁଦ୍ରକୂଳ ବାସିନ୍ଦା ଲୋକେ ସମୁଦ୍ର ର ତାଡ଼ନାରେ ଶିକାର ହୋଇ ଆସୁଛନ୍ତି । ସମୁଦ୍ରକୂଳ ଲଂଘୁଛି, ପ୍ରମୁଖ ଗାଁ ମୁହାଁ ହୋଇ ଆସୁଛି, ସମୁଦ୍ର କୂଳ ଲଙ୍ଘି ଗାଁ, ଘର, ମନ୍ଦିର ଆଦି ଧ୍ବଂସାଭିମୁଖୀ ଆଡ଼କୁ ଅଗ୍ରସର ହେଉଅଛି । ଏଭଳି ସଙ୍ଗୀନ ଅବସ୍ଥାରେ ରହିଥିବା ସମଗ୍ର ଆର୍ଯ୍ୟପଲ୍ଲୀ ଅଞ୍ଚଳର ମତ୍ସ୍ୟଜୀବି ପରିବାର ବର୍ଗଙ୍କୁ ଉନ୍ନୀତ ଥଇଥାନ ବ୍ୟବସ୍ଥା, ସମୁଦ୍ର କୂଳ ପଥରେ ଆଡ଼ିବନ୍ଧ ନିର୍ମାଣ କାର୍ଯ୍ୟ ର ପ୍ରସାରଣ କରାଗଲେ ଅନେକଙ୍କ ଧନଜୀବନ ସୁରକ୍ଷିତ ହୋଇ ରହିବ ! ଏହା ଯେ’ ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିର୍ଦ୍ଦେଶକ ଓ କମିଟି ଏଦିଗରେ ତୁରନ୍ତ ଧ୍ୟାନ ଦେବା ଆବଶ୍ୟକ ରହିଛି । ନଚେତ୍ ସମୁଦ୍ର କୂଳ ଲଙ୍ଘନ ହୋଇ ଆଖପାଖ ଗ୍ରାମ ଗୁଡ଼ିକ ଧ୍ବଂସାଭିମୁଖୀ ହୋଇ ପରବର୍ତ୍ତୀ ପର୍ଯ୍ୟାୟରେ ଛତ୍ରପୁର ସହର ଆଡକୁ ଅଗ୍ରସର ହେବାର ଆଶଙ୍କା ରହିଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରାଞ୍ଚଳ ସମୁଦ୍ରରେ ଲୀନ ହୋଇଯିବା ର ଆଶଙ୍କା କୁ ବିହିତ ପଦକ୍ଷେପ ଗ୍ରହଣ କରାଯିବାକୁ ବରିଷ୍ଠ କଂଗ୍ରେସ ନେତା ଆଇନଜୀବି ଡ଼ଃ. ଶମ୍ଭୁ ପାଣିଗ୍ରାହୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରେ ଦାବୀ କରିଛନ୍ତି ।
ଏପରିକି ଜୀବିକା ନିର୍ବାହରେ ବାଧକ ସାଜିଥିବା ଆର୍ଯ୍ୟପଲ୍ଲୀ ଅଞ୍ଚଳର ମତ୍ସ୍ୟଜୀବି ପରିବାର ବର୍ଗ ଙ୍କ ସନ୍ତାନସନ୍ତତି ଙ୍କୁ ଉକ୍ତ ଅଞ୍ଚଳରେ ଗଢ଼ି ଉଠିଥିବା ଗୋପାଳପୁର ବନ୍ଦର, ଆଇ.ଆର୍.ଇ.ଏଲ୍. ପ୍ରତିଷ୍ଠାନ ଏବଂ ବିଭିନ୍ନ କମ୍ପାନୀ ମାନଙ୍କରେ କର୍ମନିଯୁକ୍ତି ଦେଇ ଥଇଥାନ ବ୍ୟବସ୍ଥା କରିବାକୁ ଶ୍ରୀ ପାଣିଗ୍ରାହୀ ଏବଂ ଛାତ୍ର ନେତା ମହେଶ କୁମାର ଗୌଡ଼ ପ୍ରମୁଖ ଏ ସମ୍ପର୍କରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିକଟରେ ଦାବୀ ଉପସ୍ଥାପନ କରିଛନ୍ତି ।
