August 14, 2026

ଛତ୍ରପୁର ବ୍ଲକରେ ଉଦ୍‌ଯାପିତ ହେଲା ୩ ଦିନିଆ ‘ଲକ୍ଷପତି ଦିଦି’ କର୍ମଶାଳା ଓ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା

IMG-20260813-WA0069
Share

 

ଛତ୍ରପୁର ୧୩/୮/୨୬(ଅରୁଣ କୁମାର ପଣ୍ଡା )ମହିଳାମାନଙ୍କୁ ଆର୍ଥିକ ସଶକ୍ତିକରଣ ଏବଂ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ରିକାପଲ୍ଲୀ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ୩ ଦିନିଆ ‘ଲକ୍ଷପତି ଦିଦି’ କର୍ମଶାଳା ଓ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ସଫଳତାର ସହ ଉଦ୍‌ଯାପିତ ହୋଇଯାଇଛି।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଛତ୍ରପୁର ମହିଳା ଓ ଶିଶୁ ବିକାଶ ବିଭାଗ ଓ ମିଶନ ଶକ୍ତି ବିଭାଗ ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କର୍ମଶାଳାରେ ୨୫ ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗଦେଇ ନିଜସ୍ୱ ଉତ୍ପାଦ ଓ ସ୍ୱାଦିଷ୍ଟ ପାରମ୍ପରିକ ଖାଦ୍ୟ ପ୍ରଦର୍ଶନ କରିଥିଲେ।ଉଦ୍‌ଯାପନୀ ଦିବସରେ ଛତ୍ରପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମ୍ବିତ୍ ସଂଗ୍ରାମଜିତ୍ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳାମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଛତ୍ରପୁର ବ୍ଲକ୍ ର ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ପ୍ରଣମିତା ପଣ୍ଡା ଙ୍କ ସୁପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତରୁ ଶତାଧିକ ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରତିନିଧି ଯୋଗ ଦେଇଥିଲେ। ବ୍ଲକ୍ ପ୍ରକଳ୍ପ ସଂଯୋଜିକା ସୀତା ବରାଳ ସଭା ପରିଚାଳନା କରି ‘ଲକ୍ଷପତି ଦିଦି’ ଯୋଜନାର ମୂଳ ଉଦ୍ଦେଶ୍ୟ, ମହିଳା ସଶକ୍ତିକରଣ ଏବଂ ସ୍ୱରୋଜଗାରର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ୩ ଦିନ ଧରି ଚାଲିଥିବା ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମଞ୍ଚରେ ପୁରସ୍କୃତ କରାଯାଇ ଉତ୍ସାହିତ କରାଯିବା ସହିତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାଁ ଙ୍କୁ ୧ କୋଟି ଟଙ୍କାରୁ ଊର୍ଦ୍ଧ୍ବ ବ୍ୟାଙ୍କ୍ ଋଣ ପ୍ରଦାନ କରାଯାଇଥିଲା l

ଏହି ଉତ୍ସବରେ ପଶୁ ସମ୍ପଦ ବିଭାଗ ଅଧିକାରୀ, ବିଭିନ୍ନ ପଂଚାୟତ ସରପଞ୍ଚ, ଛତ୍ରପୁର ବ୍ଲକସ୍ତରୀୟ ମହାସଂଘର କର୍ମକର୍ତ୍ତା,ବିପିଏ, ଉଆଇପି, ବିଏଲସି, ସୁପରଭାଇଜର ସମେତ ବିଭିନ୍ନ ପଞ୍ଚାୟତର ଏମବିକେ, ସିଆରପି,ବ୍ୟଙ୍କ୍ ମିତ୍ର, କୃଷି ମିତ୍ର, ପ୍ରାଣୀମିତ୍ର ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ। ମହିଳାମାନଙ୍କୁ ଆର୍ଥିକ ଭାବେ ଆଗକୁ ନେବା ଏବଂ ସେମାନଙ୍କ ଦକ୍ଷତାର ପ୍ରଦର୍ଶନ ପାଇଁ ଏହି କର୍ମଶାଳା ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ଅତିଥି ମତପୋଷଣ କରିଥିଲେ l ଶେଷରେ ଛତ୍ରପୁର ବ୍ଲକ୍ ର ବିପିଏମ୍ ମାନିନୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ l

You may have missed