September 15, 2026

ଦୋକାନରେ ଚାହା ପିଉଥିଲେ ଗଛ ଡ଼ାଳ ମୁଣ୍ଡରେ ପଡ଼ିବାରୁ ଜୀବନ ଗଲା।     

hand
Share

ସାନଖେମୁଣ୍ଡି,୧୩|୭(ବିଜୟ କୁମାର ପ୍ରଧାନ ) ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ସୋମବାର ଭୋର ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଆଡ଼ପଡ଼ା ଗ୍ରାମରେ ରହୁଥିବା କରାଖଣ୍ଡି ଗ୍ରାମର ନଟବର ପ୍ରଧାନ(୭୫) ଭୋର ପ୍ରାୟ ସାଢେ ୫ ଟାରେ ସ୍ୱାସ୍ଥ୍ୟକେନ୍ଦ୍ର ନିକଟ ଚାହା ଦୋକାନ ଗଛ ତଳେ ଚାହା ପିଉଥିବା ବେଳେ ଗଛରେ ମାଙ୍କଡ ଡେଇଁବାରୁ ଏକ ବିରାଟକାୟ ଗଛଡ଼ାଳ ତାଙ୍କ ମୁଣ୍ଡ ଉପରେ ପଡ଼ିଯାଇଥିଲା।ଆଖପାଖରେ ଥିବା ଲୋକେ ତାଙ୍କୁ ତୁରନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଛି।

You may have missed