September 15, 2026

ସାମ୍ପ୍ରତିକ ପରିସ୍ଥିତିରେ ସମାଜବାଦ ଏକମାତ୍ର ବିକଳ୍ପ- ଭଗବାନ ସାହୁ ପୂର୍ବତନ ବିଧାୟକ ଙ୍କ  ଜନ୍ମଜୟନ୍ତୀ ସମାରୋହ                         

IMG-20260713-WA0049
Share

                            ସାନଖେମୁଣ୍ଡି ୧୩|୭(ବିଜୟ କୁମାର ପ୍ରଧାନ ) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମ କଲ୍ୟାଣ ମଣ୍ଡପ ରେ ପୂର୍ବତନ ବିଧାୟକ ପ୍ରବୀଣ କୃଷକ ନେତା ସ୍ୱର୍ଗତ ବିଶ୍ଵନାଥ ସାହୁ ଜନ୍ମ ଶତବାର୍ଷିକୀ କମିଟି ପକ୍ଷରୁ  ତାଙ୍କ ୧୦୧ ତମ ଜନ୍ମଜୟନ୍ତୀ ସମାରୋହ  ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ବିଶ୍ଵନାଥ ସାହୁ ଙ୍କ ପୁତ୍ର ତଥା ସମଦୃଷ୍ଟି ପତ୍ରିକାର କାର୍ଯ୍ୟନିର୍ବାହୀ ସମ୍ପାଦକ ବିଘ୍ନେଶ୍ୱର ସାହୁ ଙ୍କ ଉପସ୍ଥିତିରେ କବି ବୃନ୍ଦାବନ ପଣ୍ଡା ଙ୍କ  ସଂଯୋଜନାରେ ଆୟୋଜିତ ସ୍ମୃତି ସଭାରେ ବିଶିଷ୍ଟ ଚାଷୀ ନେତା ଶମ୍ଭୁ ପଣ୍ଡା ଅଧ୍ୟକ୍ଷତା କରିଥିଲେ।ବରିଷ୍ଠ ଆଇନଜୀବି ନୋଟାରି ପବ୍ଲିକ ତଥା ସମାଜବିଜ୍ଞାନୀ ଭଗବାନ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ତାଙ୍କ ସ୍ମୃତି ଚାରଣ କରିବା ସହ ସାମ୍ପ୍ରତିକ ପରିସ୍ଥିତିରେ ସମାଜବାଦ ଏକମାତ୍ର ବିକଳ୍ପ ବୋଲି ସେ କହିଥିଲେ। ବର୍ତ୍ତମାନର ରାଜନୀତି ରେ ନୀତି ଓ ନୈତିକତାର ସ୍ଥାନ ନାହିଁ ବୋଲି କ୍ଷୋଭ ପ୍ରକାଶ କରିଥିଲେ।ବିଶିଷ୍ଟ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା ମୁଖ୍ୟବକ୍ତା ଭାବେ ଯୋଗଦେଇ ସମ୍ବିଧାନର ୧୪ ଏବଂ ୨୧ ଧାରା ଅନୁଯାୟୀ ସମସ୍ତଙ୍କର ବଞ୍ଚିବାର ଅଧିକାର ରହିଛି। ଆମ ରାଷ୍ଟ୍ରର କାଶ୍ମୀର ରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଜନସାଧାରଣଙ୍କ ସମ ପରିମାଣର ଅଧିକାର ଅଛି। ବର୍ତ୍ତମାନ ଗଣତନ୍ତ୍ର ଓ ସମ୍ବିଧାନକୁ ହତ୍ୟା କରି ଉଗ୍ର ସାମ୍ରାଜ୍ୟବାଦ ପ୍ରତିଷ୍ଠା ପାଇଁ ହିନ୍ଦୁତ୍ବ ନାଁ ରେ ଏକ ନିର୍ଦ୍ଦିଷ୍ଟ ସଙ୍ଗଠନ ଉଦ୍ୟମ ଚଳାଇଛି ବୋଲି ସେ କଟାକ୍ଷ କରିଥିଲେ।ତେଣୁ ଭାରତବର୍ଷ ରେ ସାମ୍ୟ, ସହଁତି ଓ ସମାଜବାଦ ପ୍ରତିଷ୍ଠା ପାଇଁ ଯୁବସମାଜ ଆଗେଇ ଆସିବା ଉଚିତ ବୋଲି ସେ ଆହ୍ବାନ ଜଣାଇଥିଲେ।ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀ,ସିପିଆଇ ର ଜିଲା ସମ୍ପାଦକ ଶ୍ରୀହର୍ଷ ରଥ,ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ପ୍ରକାଶ ପାତ୍ର, ସିପିଆଇ(ଏମଏଲ୍) ନ୍ୟୁ ଡେମୋକ୍ରେସି ର ରାଜ୍ୟ ସାଧାରଣ ସମ୍ପାଦକ ଭାଲ ଚନ୍ଦ୍ର ଷଡଙ୍ଗୀ, ସିପିଆଇ(ଏମ) ର ପୂର୍ବତନ ଜିଲା ସମ୍ପାଦକ  କୈଳାସ ଷଡଙ୍ଗୀ, ଏନ୍.ଭାନୁମତୀ ରେଡ୍ଡୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ବାଇଁ, ସିପିଆଇ ଜୋନାଲ ସମ୍ପାଦକ କୈଳାସ ପାତ୍ର, ସାହିତ୍ୟକ ଡ଼. ଲକ୍ଷ୍ମୀନାରାୟଣ ଦାସ,ଆଇନଜୀବି କୁରେଶୁ ପଣ୍ଡା,ଅଶେଷ ନାଥ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। ପୂର୍ବତନ ବିଧାୟକ ସ୍ୱର୍ଗତ ବିଶ୍ଵନାଥ ସାହୁ ଙ୍କ ଜୀବନାଦର୍ଶ  ସମ୍ପର୍କରେ ଅତିଥିବୃନ୍ଦ ଉଦବୋଧନ ଦେଇଥିଲେ।ଜନ୍ମ ଶତବାର୍ଷିକୀ କମିଟି ପକ୍ଷରୁ ୧୯ ଜଣ ବୟୋଜ୍ୟେଷ୍ଠ ସାମାଜିକ କର୍ମୀଙ୍କୁ ଅଙ୍ଗବସ୍ତ୍ର  ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା।ଅବସରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ଲିଙ୍ଗରାଜ ସ୍ବାଇଁ, ଶ୍ରମିକ ସଙ୍ଗଠନ ଏଆଇଟିୟୁସି ର ଜିଲା ସମ୍ପାଦକ ଅଳକ ନାଥ ମିଶ୍ର, ଅନନ୍ତ ମହାଙ୍କୁଡ଼, ପୂର୍ବତନ ସରପଞ୍ଚ ସୁଶାନ୍ତ ସ୍ବାଇଁ,ଭଗବାନ ରାଉତ, ଗାଗାରିନ ନାୟକ, ବିଶ୍ଵନାଥ ବରାଡ଼, ଅଶୋକ ବେହେରା, କିଶୋର ଶତପଥି, ଅଶୋକ ଜେନା, ଲେନିନ ସାହୁ, ଦୀନବନ୍ଧୁ ଦୈତାରୀ ରେଡ୍ଡୀ, ପୁରୁଷୋତ୍ତମ ବେହେରା ପ୍ରମୁଖ ବହୁ ସଂଖ୍ୟକ ନେତୃବୃନ୍ଦ ଉପସ୍ଥିତ ଥିଲେ।

You may have missed