ନିୟମଗିରି ସୁରକ୍ଷା ସମିତି ସଭାପତିକୁ ଉଠାଇନେଲା ପୋଲିସ

ଲାଞ୍ଜିଗଡ଼ ( ପୁରନ୍ଦର ଦଣ୍ଡସେନା ) ନିୟମ ଗିରି ସୁରକ୍ଷା ସମିତି ସଭାପତି ଲଦ ସିକୋକାଙ୍କୁ ପୋଲିସ ଉଠାଇ ନେଇଥିବା ଅଭିଯୋଗ ହୋଇଛି l ପ୍ରାପ୍ତ ସୂଚନା ଅନୁଯାୟୀ କୌଣସି ଏକ ମାମଲାରେ ଲାଞ୍ଜିଗଡ଼ ଜେ ଏମ ଏଫ ସି କୋର୍ଟରୁ ଜାମିନ ସମ୍ପର୍କିତ କାର୍ଯ୍ୟ ସାରି ଲାଞ୍ଜିଗଡ଼ରୁ ନିଜ ଗ୍ରାମ ରାୟଗଡା଼ ଜିଲ୍ଲା କଲ୍ୟାଣସିଂହ ପୁର ବ୍ଲକ ପାର୍ଶାଲି ପଂଚାୟତର ଲାଖପଦର ଫେରୁଥିବା ବେଳେ କଲ୍ୟାଣସିଂହପୁର ପହଞ୍ଚିବା ପୂର୍ବରୁ ବାଟରେ ଚାରୋଟି ବୋଲେରୋରେ ତାଙ୍କୁ ଅନୁସରଣ କରୁଥିବା ସଶସ୍ତ୍ର ପୋଲିସ ବାହିନୀ ତାଙ୍କୁ ଘେରି ଯାଇ ଜୋରଜବରଦସ୍ତ ଲଦଙ୍କୁ ଗାଡ଼ିରୁ ଟାଣି ଆଣି ପୋଲିସ ଗାଡ଼ିରେ ବସାଇ ନେଇଯାଇଥିଲେ l କଲ୍ୟାଣସିଂହପୁର ଥାନା ଦେଇ ତାଙ୍କୁ ରାୟଗଡ଼ା ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ନେଇ ଯାଇଥିବା ଜଣାପଡିଛି l
ଲଦ ସିକୋକା ଦୀର୍ଘ ବର୍ଷ ଧରି ନିୟମଗିରି ପାହାଡ଼ର ସୁରକ୍ଷା ତଥା ବେଡାନ୍ତ ଆଲୁମିନା କମ୍ପାନୀ ବିରୋଧରେ ଚାଲିଥିବା ଜନ ଆନ୍ଦୋଳନର ନେତୃତ୍ୱ ନେଇ ଆସୁଛନ୍ତି l ଜାମିନରେ ମୁକ୍ତ ହୋଇ ଫେରୁଥିବା ସମୟରେ ଏଭଳି ଭାବରେ ସଶସ୍ତ୍ର ପୋଲିସ ଦ୍ୱାରା ଲଦ ସିକୋକାଙ୍କୁ ଧରିନେବା ଘଟଣାକୁ ସମସ୍ତେ ନିନ୍ଦା କରୁଛନ୍ତି l ସରକାରଙ୍କର ଆଦିବାସୀ ପ୍ରୀତି ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି l ନିଜର ଭିଟା ମାଟି, ଜଳ, ଜମି ଜଙ୍ଗଲ ସୁରକ୍ଷା କରିବା ଯେପରି ଆଦିବାସୀମାନଙ୍କର ଅଧିକାର ନାହିଁ l ନିୟମଗିରିର ଜଳ, ଜଙ୍ଗଲ, ଜମି ଏବଂ ଆଦିବାସୀଙ୍କ ଅଧିକାର ପାଇଁ ଦୀର୍ଘ ଦିନ ଧରି ଲଢୁଥିବା
