November 17, 2026

ମରାମତି ବଦଳରେ ଚାଲିଛି ରଙ୍ଗ ମରାବର୍ଷେ ହେଲା ଅଚଳ ଓଭରହେଡ୍ ପାଣିଟାଙ୍କିଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ…

IMG-20261116-WA0030
Share

ମରାମତି ବଦଳରେ ଚାଲିଛି ରଙ୍ଗ ମରାବର୍ଷେ ହେଲା ଅଚଳ ଓଭରହେଡ୍ ପାଣିଟାଙ୍କିଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷକୋକସରା: (ଉପାନ୍ତ ଖବର ପ୍ରଦିପ ଭରାସଗରିଆ)କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡାଲଗୁମା ଗ୍ରାମରେ ଥିବା ଓଭରହେଡ୍ ପାଣିଟାଙ୍କି ଦୀର୍ଘ ଏକ ବର୍ଷ ହେବ ଅଚଳ ଅବସ୍ଥାରେ ପଡ଼ିରହିଛି। ଗ୍ରାମବାସୀଙ୍କୁ ନିୟମିତ ପାନୀୟ ଜଳ ଯୋଗାଣ ହୋଇପାରୁ ନଥିବା ବେଳେ ଟାଙ୍କିର ମରାମତି କରିବା ପରିବର୍ତ୍ତେ କେବଳ ରଙ୍ଗ ମରା କାର୍ଯ୍ୟ ଚାଲିଥିବା ଦେଖି ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।ଏନେଇ ଡାଲଗୁମା ଗ୍ରାମବାସୀ ବାରମ୍ବାର ପ୍ରଶାସନ ଠାରୁ ଆରମ୍ଭ କରି ସ୍ଥାନୀୟ ସରପଞ୍ଚଙ୍କ ନିକଟରେ ଅଭିଯୋଗ ଓ ଗୁହାରି କରିଥିଲେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଳିପାରି ନାହିଁ। ଦୀର୍ଘ ଦିନ ଧରି ପାଣିଟାଙ୍କି ଅଚଳ ହୋଇ ପଡ଼ିଥିବା ସତ୍ତ୍ୱେ ଏହାର ମରାମତିକୁ ଗୁରୁତ୍ୱ ନଦେଇ ରଙ୍ଗ ମରା କାର୍ଯ୍ୟ କରାଯାଉଥିବାରୁ ଏହାକୁ ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି।ପାନୀୟ ଜଳ ଭଳି ଏକ ମୌଳିକ ଆବଶ୍ୟକତାକୁ ଅଣଦେଖା କରି କେବଳ ବାହ୍ୟ ସୌନ୍ଦର୍ଯ୍ୟକରଣ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ତୁରନ୍ତ ଅଚଳ ପାଣିଟାଙ୍କିର ମରାମତି କରି ଗ୍ରାମବାସୀଙ୍କୁ ନିୟମିତ ପାନୀୟ ଜଳ ଯୋଗାଣ କରିବାକୁ ସମ୍ପୃକ୍ତ ବିଭାଗ ଓ ପ୍ରଶାସନ ନିକଟରେ ଦାବି ହୋଇଛି।

You may have missed