ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲା ସ୍ତରୀୟ ବୀର୍ସା ମୁଣ୍ଡାଙ୍କ ୧୫୧ ତମ ଜନ୍ମ ଜୟନ୍ତୀ ପାଳନ
ବରପାଲି : (ସୁଦାମ ଦୀପ ) ଵରଗଡ଼ ଜିଲ୍ଲା ବରପାଲି ବ୍ଲକ ବରମକେଲା ଗ୍ରାମ ପଞ୍ଚାୟତ ଗ୍ରୀଣ୍ଡୋଲା ( ଯୋଗିନ୍ଦ୍ରପୁର ) ଠାରେ ଜିଲ୍ଲା ସ୍ତରୀୟ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ ତମ ଜନ୍ମ ଜୟନ୍ତୀ ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ତ୍ରିଲୋଚନ ଭୁଏଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ସର୍ବ ପ୍ରଥମେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଏବଂ ଭଗବାନ ବିର୍ସା ମୁଣ୍ଡାଙ୍କୁ ପୂଜା ଅର୍ଚ୍ଚନା କରା ଯାଇଥିଲା ପୁଜା ସାରିଲା ପରେ ବଜା ବଜାଇ ଯୋଗିନ୍ଦ୍ରପୁର ବସ୍ତିରେ ଏକ ଶୋଭାଯାତ୍ରା କରି କଲ୍ୟାଣ ମଣ୍ଡପ ପହଞ୍ଚି ଏକ ସଭା ଅନୁଷ୍ଠିତ ହୋଇଥିଲା ଏହି ଅବସରରେ ମଞ୍ଚାସିନ ମୁଖ୍ୟ ଅତିଥି ଭାବେ ସଂଘର ପ୍ରତିଷ୍ଠାତା ତଥା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଜିଲ୍ଲା ଅଧ୍ୟକ୍ଷ ଶ୍ରୀମାନ ଗୋବର୍ଦ୍ଧନ ଭୋଏ ଯୋଗଦାନ କରିଥିଲେ , ଅନ୍ୟତମ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗୋବିନ୍ଦ ବରିହା , ବରପାଲି ବ୍ଲକ ସଭାପତି ଧର୍ମରାଜ ସିଂ ବରିହା , ଦୁର୍ଯ୍ୟୋଧନ ଜମିଦାର, ନାରିନେତ୍ରୀ ଭୁମିସୁତା ବରିହା , ଭଟଲି ବ୍ଳକ ସଭାପତି ନିରାକାର ଭୁଏ , ସୋହେଲା ବ୍ଲକ ସଭାପତି ଧନଞ୍ଜୟ ବରିହା, ନାରୀନେତ୍ରୀ ବିନୋଦିନୀ ନାଏକ, ଅତାବିରା ବ୍ଲକ ସଭାପତି ଭୁଷଣ ବିଶ୍ବାଳ, ଭେଡେନ ବ୍ଲକ ସଭାନେତ୍ରୀ ପ୍ରେମସିଲା ବରିହା , ବ୍ଲକ ସମ୍ପାଦକ ପ୍ରମୋଦ କୁମାର ବାରିକ, ବରଗଡ଼ ବ୍ଲକ ସମ୍ପାଦକ କର୍ମଦେବ ବେହେରା, ଗାଇସିଲେଟ ବ୍ଲକର ଲିଜା ବରିହା , ହେମନ୍ତ ଭୋଇ , ପଦ୍ମପୁର ବ୍ଲକର ନିରାକାର ବରିହା , ଝାରବନ୍ଧ ବ୍ଲକର ସୋଉଦାଗର ବରିହା , ଓ ଗ୍ରୀଣ୍ଡୋଲା ଗ୍ରାମର ପୁର୍ଣ୍ଣଚନ୍ଦ୍ର ଝାଙ୍କର ମଞ୍ଚାସିନ ଥିଲେ ସମସ୍ତ ମଞ୍ଚାସିନ ଅତିଥି ମାନଙ୍କୁ ପୁଷ୍ପ ମାଲ୍ୟ ଓ ଉପଢୌକନ ଦେଇ ସମ୍ବର୍ଧିତ କରିଥିଲେ ସୁର୍ଯ୍ୟକାନ୍ତୀ ବରିହା ଓ ମମତା ଗୁରୁ ଏବଂ ସମସ୍ତ ବ୍ଲକରୁ ଆଦିବାସୀ ମହିଳା ଓ ପୁରୁଷ ମାନେ ହଜାର ହଜାର ସଂଖ୍ୟାରେ ଯୋଗଦାନ କରିଥିଲେ ଗ୍ରୀଣ୍ଡୋଲା ଗ୍ରାମବାସୀ ସମସ୍ତେ ସହଯୋଗ କରିଥିଲେ ସଭା ଶେଷରେ ଜିଲ୍ଲା ସମ୍ପାଦକ ଶ୍ରୀ ତ୍ରିଲୋଚନ ଭୁଏ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାକୁ ସ୍ବାଙ୍ଗ କରିଥିଲେ l
