August 7, 2026

ବୁଗୁଡ଼ା କେନାଲ ସାହି ରାସ୍ତାର ଅବସ୍ଥା ଶୋଚନୀୟ, ପ୍ରତିକାର ଦାବି 

IMG-20260805-WA0092
Share

 

ବୁଗୁଡ଼ା : ୦୫/୦୮/୨୬ : ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ବାର୍ଡ ନଂ-୨ ଅନ୍ତର୍ଗତ କେନାଲ ସାହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘ ବର୍ଷ ସେହି ହେଲା ରାସ୍ତାଟି ମରାମତି ଅଭାବରୁ ଖାଲଢେପ ହୋଇ ରହିଛି। ସେହି ରାସ୍ତା ଦେଇ ବାଇକ୍, ଅଟୋ ଆଦି ଯାନବାହାନ ଚଳାଚଳରେ ଅସୁବିଧା ସୃଷ୍ଟି ହେଉଛି। ବର୍ଷା ହେଲେ ସେହି ଖାଲଖମାରେ ଅନେକ ଦିନ ପର୍ଯ୍ୟନ୍ତ ପାଣି ଜମିରହୁଥିବାରୁ ଦୁର୍ଗନ୍ଧ ସହ ଲୋକଙ୍କ ଯାତାୟାତରେ ସମସ୍ଯା ସୃଷ୍ଟି ହେଉଛି। ଏ ନେଇ ସାହିବାସିନ୍ଦା ବାରମ୍ବାର ଅଭିଯୋଗ କଲେ ମଧ୍ୟ ନା ଜନପ୍ରତିନିଧି ନା ପ୍ରଶାସନିକ ଅଧିକାରୀ କେହି ହେଲେ କର୍ଣ୍ଣପାତ କରୁନାହାନ୍ତି। ଅନ୍ୟପକ୍ଷରେ ବୁଗୁଡ଼ା ଏନଏସିର ଅନେକ ସ୍ଥାନରେ ଭଲଥିବା କଂକ୍ରିଟ ରାସ୍ତା ଉପରେ ଅନାବଶ୍ୟକ ଭାବରେ ପେବର ବିଛାଯାଉଥିବା ଦେଖିବାକୁ ମିଳୁଛି। ତେବେ କେଉଁ କାରଣରୁ ଏନ୍ଏସି ପ୍ରଶାସନ କେନାଲ ସାହି ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛି ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଣୁ, ଏନ୍ଏସି କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ପ୍ରତିକାର କରିବା ପାଇଁ ସାଧାରଣରେ ଦୃଢ ଦାବି ହେଉଛି।

You may have missed