ଗର୍ଜିଲେ ରାଜା,ଏକ ଛାତ୍ରବାଦ ଶାସନ ନହଟିଲେ କୌଣସି ମନ୍ତ୍ରୀ ମୁଖ୍ୟମନ୍ତୀ ପିପିଲି ଦେଇ ପୁରୀକୁ ଯାଇପାରିବେନି
ବିଗତ କିଛିଦିନ ତଳେ ପିପିଲି ସମବାୟ ବ୍ୟାଙ୍କ ଅଧିକାରୀଙ୍କୁ ବିଧାୟକଙ୍କ ପ୍ରତିନିଧି ବୋଲାଉଥିବା ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରିବା ସହିତ ବିଭିନ୍ନ ସରକାରୀ ଦତ୍ପର ଏବଂ ସରକାରୀ ଅଧିକାରୀ ମାନଙ୍କୁ ଧମକ ଏବଂ ଆକ୍ରମଣ ବିରୁଦ୍ଧରେ ଆଜି ପିପିଲି ଡେଲାଙ୍ଗ କଂଗ୍ରେସ ପକ୍ଷରୁ ସ୍ବର୍ଗତ କେଦାର ସାମନ୍ତରାୟ ଙ୍କ ସୁପୁତ୍ର ପ୍ରିୟବ୍ରତ ସାମନ୍ତରାୟ ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ରାଜେଶ ମିଶ୍ରଙ୍କ ସହିତ ପୁରୀ ଏସପି ପ୍ରତିକ ସିଂ ଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହିତ ପିପିଲି ରାଜନୀତିରେ ଶାସକ ଦଳର ଏକଛତ୍ରବାଦ ଶାସନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗକୁ କୌଣସି ନେତା ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଙ୍କୁ ପିପିଲି ଦେଇ ପୁରୀ ଛାଡିଦିଆଯିବ ନାହିଁ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ରାଜା l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
