ଆଜି ଆନ୍ତର୍ଜାତିକ ତଟ ସଫେଇ ଦିବସ ବା ୱାର୍ଲଡ କୋଷ୍ଟାଲ କ୍ଲିନଅପ ଡେ଼
ଆଜି ଆନ୍ତର୍ଜାତିକ ତଟ ସଫେଇ ଦିବସ ବା ୱାର୍ଲଡ କୋଷ୍ଟାଲ କ୍ଲିନଅପ ଡେ଼ । ୧୯୮୬ ମସିହାରେ ଓସିଏନ କଂଜରଭେସି ନାମକ ଏକ ସଂସ୍ଥା ଦ୍ବାରା ପ୍ରଥମେ ଆରମ୍ଭ ହୋଇଥିବା ଏହି ଦିବସ କୁ ୨୦୧୩ ମସିହାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପାଳନ କରୁଥିବା ବେଳେ ପ୍ରତି ବର୍ଷ ଓଡିଶା ଉପକୂଳ ବେଳାଭୂମିରେ ଏହି ଦିବସକୁ ପାଳନ ମଧ୍ୟ କରାଯାଉଛି। ଏହି ଦିବସ ବ୍ୟତୀତ ଅନ୍ୟ କିଛି ଦିନ ମଧ୍ୟ କିଛି ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କ ଦ୍ବାରା ସମୁଦ୍ର କୁଳ ସଫେଇ କରାଯାଉଥିବାର ନଜିର ରହିଛି। ପ୍ରତି ବର୍ଷ ସମୁଦ୍ରକୁ ୧୧ ମିଲିୟନ ମେଟ୍ରିକ ଟନ ଆବର୍ଜନା ପ୍ରବେଶ କରୁଥିବା ବେଳେ ଧୀରେ ଧୀରେ ଏହା ସମୁଦ୍ର ର ପାଣିକୁ ପ୍ରଦୂଷିତ କରି ସାରିଲାଣି। ୪୮୦ କିଲୋମୀଟର ସୁଦୀର୍ଘ ଓଡିଶା ଉପକୂଳ ଅନେକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ବେଳେ ଅନେକ ସଚେତନତା ପରେ ମଧ୍ୟ କିଛି ଅମାନିଆଙ୍କ ପାଇଁ ଏହି ଚିତ୍ର ସାମ୍ନାକୁ ଆସୁଛି । ସମୁଦ୍ର ପାଣିରେ ଏହି ଅଳିଆ ଆବର୍ଜନା ମିଶିବା ଫଳରେ ଅଲିବଲିଡ଼ଲେ କଇଁଛ ଓ ଇଲିଶି ଭଳି ସୁସ୍ୱାଦୁ ମାଛ ଏବେ ପାରାଦୀପ ଓ ଏହାର ନିକଟବର୍ତୀ ଉପକୂଳରୁ ମୁହଁ ଫେରାଇ ସାରିଲେଣି । ମସ୍ଥ୍ୟ ଉତ୍ପାଦନ ମଧ୍ୟ ପୂର୍ବ ଅପେକ୍ଷା ଢେର କମି ସାରିଲାଣି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏକ ଆଞ୍ଚଳିକ କାର୍ଯ୍ୟାଳୟ ପାରାଦୀପ ସମୁଦ୍ର ଉପକୂଳ ନିକଟରେ ଥିଲେ ମଧ୍ୟ ଏହା କିଭଳି କାର୍ଯ୍ୟକରେ ତାହା ସେଇ ବିଭାଗକୁ ଜଣା। ବିଭାଗ କଠୋର ନହେଲେ କେବଳ କାଗଜ କଲମରେ ସୀମିତ ରହିଯିବ ବେଳାଭୂମି ସଫେଇର କଥା ଓ ଜଳ ପ୍ରଦୂଷଣ ନିଆଯନ୍ତ୍ରଣାର ଚିତ୍ର। ଗତ କିଛି ବର୍ଷ ହେବ ସମୁଦ୍ର ବେଳାଭୂମିରେ ପର୍ଯ୍ୟାପ୍ତ ପରିମାଣର ପର୍ଯ୍ୟଟକ ଆସୁଥିବା ବେଳେ କେବଳ ନିର୍ଦ୍ଧିଷ୍ଟ ଦିବସ ନୁହେ , ପ୍ରତି ଦିନ ଏହି ବେଳାଭୂମି ସଫେଇ କରାଯିବାର ଆବଶ୍ୟକତା ଥିବା କୁହାଯାଉଛି।
