ବିଶ୍ୱ ଆଦିବାସୀ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

କୋଲନରା 🙁 ସଞ୍ଜୀବ କଣ୍ଡାଗରୀ ) ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ମୁକୁନ୍ଦପୁର ସ୍ଥିତ ଝାକିରି ତାଲି ଆଦିବାସୀ ସଂଘ କାର୍ଯ୍ୟାଳୟ ରେ ସଭାପତି ଜାଲୁଦୁ କଣ୍ଡାଗରୀ ଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ବୈଠକରେ ସଙ୍ଘର ସଦସ୍ୟ ମାନେ ନରସିଂହ କଣ୍ଡାଗରୀ, ଅଜୟ ମ।ଣ୍ଡ।ଙ୍ଗି,ଅଭିରାମ ଉଳକ।,ବିଶିକେସନ କଣ୍ଡାଗରୀ,ଧନପତି କଣ୍ଡାଗରୀ ଙ୍କ ଉପସ୍ଥିତି ରେ ଆମ ସମାଜ ର କି ଭଳି ଉନ୍ନତି ହେବା ସହ ନିଜର ପରମ୍ପରା କୁ ବଜାଇ ରଖିବାକୁ ପଡ଼ିବ ବୋଲି ବିଶ୍ୱ ଜନଜାତି ଦିବସ ପାଳନ କରିବା ପାଇଁ ଆଲୋଚନା କରିଥିଲେ ।ବିଶ୍ୱ ଆଦିବାସୀ ଦିବସ ଦିନ ନିଜ ପାରମ୍ପରିକ ରୀତିନୀତି ଅନୁସାରେ ଆରମ୍ଭ କରି ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରି ଆଦିବାସୀ ସମାଜ ର ପୂର୍ବଜ ମାନଙ୍କୁ ମନେ କରି ସମାଜ ପାଇଁ ବଳି ଦାନ କରିଥିବା ମହାପୁରୁଷ ମାନଙ୍କୁ ମନେ ପକେଇବା ଏବଂ ନିଜ ନିଜର ସମାଜର ଲିପି କୁ ନେଇ ଆଲୋଚନା କରିଥିଲେ।ସଭା ଶେଷରେ ଅଭିରାମ ଉଲକା ଉପସ୍ଥିତ ସଭ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।
