ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ ଓ୍ବେଲଫେୟାର ଟ୍ରଷ୍ଟ ପକ୍ଷରୁ ୬ ଜଣଙ୍କୁ ଦିଆଗଲା ସହାୟତା
ସମ୍ବଲପୁର,୫/୭ : ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ ଓ୍ବେଲଫେୟାର ଟ୍ରଷ୍ଟ ପକ୍ଷରୁ ୬ ଜଣଙ୍କୁ ଶିକ୍ଷା ଓ ସ୍ବାସ୍ଥ୍ୟ ପାଇଁ ଆର୍ଥିକ ସହାୟତା ଦିଆଯାଇଛି। ସଭାପତି ପ୍ରଫେସର ଶଙ୍କର ପ୍ରସାଦ ପତିଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ଟ୍ରଷ୍ଟ ବୈଠକରେ ଉପରୋକ୍ତ ସହାୟତାକୁ ମଞ୍ଜୁରୀ ଦିଆଯାଇଛି। ସେଥିରେ ଚିକିତ୍ସା ପାଇଁ ଜଣଙ୍କୁ ଏବଂ ପାଠପଢ଼ା ପାଇଁ ୫ ଜଣଙ୍କୁ ମୋଟ ୧ ଲକ୍ଷ ୪୯ ହଜାର ୯ ଶହ ଟଙ୍କା ସହାୟତା ଦିଆଯାଇଛି। ସେହିପରି ଶିକ୍ଷା ପାଇଁ ୩ ଜଣଙ୍କୁ ଆସନ୍ତା ବର୍ଷ ଏପ୍ରିଲ ମାସ ଯାଏଁ ମାସିକ ସହାୟତାକୁ ମଞ୍ଜୁରୀ ଦିଆଯାଇଛି। ସଭ୍ୟ ଡା.ପ୍ରମୋଦ ପୁରୋହିତ ଟ୍ରଷ୍ଟ ପାଣ୍ଠିକୁ ୩୦ ହଜାର ଟଙ୍କା ଅନୁଦାନ ପ୍ରଦାନ କରିଥିବାରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରାଯିବା ସହ ଟ୍ରଷ୍ଟର ଆଗାମୀ ଦିନର କାର୍ଯ୍ୟଧାରା ଉପରେ ବୈଠକରେ ଆଲୋଚନା କରାଯାଇଥିଲା। ସମ୍ପାଦକ ସୁଭାଷ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ଆଲୋଚନାରେ କୋଷାଧ୍ୟକ୍ଷ ସ୍ବରୂପ ପୁରୋହିତ ତଥା ସଭ୍ୟବୃନ୍ଦ ଡ.ନିରୁପମା ବଡ଼ପଣ୍ଡା,ଡା.ପ୍ରମୋଦ ପୁରୋହିତ, ସୁଧୀର ପୂଜାରୀ,ବିପିନ ପଣ୍ଡା, ସୁବ୍ରତ ପଣ୍ଡା ଓ ଶିବ ନନ୍ଦ ଭାଗ ନେଇଥିଲେ।
