ଯାତ୍ରୀଙ୍କ ବିଭିନ୍ନ ସମସ୍ୟା ନେଇ ଷ୍ଟେସନ ମାଷ୍ଟରଙ୍କ ସହ ଆଲୋଚନା କଲେ ବିଜେଡ଼ି ନେତା ଭୃଗୁ ବକ୍ସିପାତ୍ର..

ଗଞାମ(ପ୍ରଦୀପ କୁମାର ପଣ୍ଡା)
ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ହୂମ୍ମା ରେଳ ଷ୍ଟେସନରେ ପହଞ୍ଚି ଯାତ୍ରୀ ସୁବିଧା ଏବଂ ସଂଯୋଗ ସମସ୍ୟାର ସମୀକ୍ଷା କରିବା ପାଇଁ ରେଳ ଅଧିକାରୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହିତ ଆଲୋଚନା କରିଥିଲେ l ଯାତ୍ରୀ ମାନଙ୍କ ବିଭିନ୍ନ ସମସ୍ୟାକୁ ଅନୁଧ୍ୟାନ କରିବା ସହିତ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଟବଙ୍କୁ ଶନିବାର ପତ୍ର ମାଧ୍ୟମରେ ଜଣାଇଛନ୍ତି l ହୁମ୍ମା ରେଳ ଷ୍ଟେସନରେ ମୁଖ୍ୟ ବିଷୟ ଗୁଡିକ ହେଲା ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ ଏବଂ ଗୁଣୁପୁର-କଟକ ପାସେଞ୍ଜର ରହଣି ପାଇଁ ଏକ ଦୃଢ଼ ଦାବି ଉଠିଥିଲା। ଏହି ରହଣି ଗୁଡ଼ିକ ଦୈନନ୍ଦିନ ଯାତ୍ରୀ, ଛାତ୍ର ଛାତ୍ରୀ ଏବଂ ଚିକିତ୍ସା ପାଇଁ ଯାତ୍ରା କରୁଥିବା ରୋଗୀ ମାନଙ୍କୁ ଯଥେଷ୍ଟ ଆଶ୍ୱସ୍ତି ପ୍ରଦାନ କରିବ।
ପ୍ଲାଟଫର୍ମ ସେଡ ଓ ପର୍ଯ୍ୟାପ୍ତ ଆଶ୍ରୟସ୍ଥଳର ଅଭାବ ଯୋଗୁଁ ଯାତ୍ରୀ ମାନେ ଗ୍ରୀଷ୍ମ ସମୟରେ ପ୍ରଚଣ୍ଡ ଗରମ ଏବଂ ବର୍ଷା ସମୟରେ ପ୍ରବଳ ବର୍ଷା ସହିବାକୁ ବାଧ୍ୟ ହେଉଛନ୍ତି।
ହୁମ୍ମା ରେଳ ଷ୍ଟେସନରେ ଯାତ୍ରୀ ସୁବିଧାରେ ଉନ୍ନତି ଆଣିବା, ସଂଯୋଗ ବୃଦ୍ଧି କରିବା ଏବଂ ଉତ୍ତମ ସାର୍ବଜନୀନ ସୁବିଧା ସୁନିଶ୍ଚିତ କରିବା ପାଇଁ ଦାବିକୁ ପ୍ରାଥମିକତା ଭିତ୍ତିରେ ରେଳ ବିଭାଗର ମୁଖ୍ୟ ଅଧିକାରୀ ଓ କର୍ମଚାରୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି l
